ଆରୁହା ପାହାଡ଼ରୁ ଉତ୍ତୋଳନ ବନ୍ଦ ପାଇଁ ଉପ ସଚିବଙ୍କ ନିଦେ୍ର୍ଦଶ

 ଜାରକା:  ଧର୍ମଶାଳାର ଚର୍ଚ୍ଚିତ ଆରୁହା ପାହାଡ଼ରୁ କଳା ପଥର ଉତ୍ତୋଳନ ପାଇଁ ଲିଜ ମିଳିବାକୁ କେଇଟା ଦିନ ହୋଇଥିବା ବେଳେ ସେଥିରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାରଙ୍କ ଉପ ସଚିବ ରାଜେଶ ପ୍ରସାଦ ନାୟକ । ଖଣି ନିଦେ୍ର୍ଦଶକ ଏବଂ ଜିଲାପାଳ ଯାଜପୁରଙ୍କୁ ଉପସଚିବ ନିଦେ୍ର୍ଦଶନାମା ୯୯୯୮ମତେ କରିଥିବା ଚିଠିରେ ବେଆଇନ ଉତ୍ତୋଳନ ଓ କ୍ରସର ସ୍ଥାପନ ଉପରେ ରୋକ ଲଗାଇବା ସହ ଯେତେ ଶିଘ୍ର ସମ୍ଭବ କର୍ଯ୍ୟାନୁଷ୍ଠାନ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ ପାଇଁ ଆଦେଶନାମା କରିଛନ୍ତି । ଆରୁହା ଖଣି ଉତ୍ତୋଳନ ଅନୁମତି ମିଳିବା ପରେ ଆରୁହା ଗ୍ରାମର ବିପିନ କୁମାର ବେହେରା ଉଚ୍ଚ ନ୍ୟାୟାଳରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଖଣି ପାଖରେ ବିଦ୍ୟାଳୟ ଲୋକମାନେ ଗାଧୋଇବା ପାଇଁ ଜଳାଶୟ ଓ ୧୦୦ମିଟର ନିକଟରେ ରେଳ ପଥ ଯାଇଥିବାରୁ ସେଠାରେ ଖଣି ଖନନ ଆତ୍ୟନ୍ତ ବିପଦଜନକ ହେବା ସହିତ ରେଳପଥ ଓ ବିଦ୍ୟାଳୟକୁ ବିପଦ ପହଁଚିବ ବୋଲି ମାମଲାରେ ଦର୍ଶାଇଛନ୍ତି । ଯାହାର ବିଚାର ପ୍ରକ୍ରିୟାରେ ବିଳମ୍ବ ହେଉଥିବା ବେଳେ ଲିଜଧାରୀ ଖଣିରୁ ଉତ୍ତୋଳନ ପାଇଁ ପ୍ରସ୍ତୁତ ଚଲାଇଥିବା ଦେଖି ଓକିଲଙ୍କ ଜରିଆରେ ରାଜ୍ୟ ସରକାରଙ୍କ ନିକଟରେ ଖଣି ପରିଚାଳନାରେ ରୋକ ଲଗାଇକୁ ପ୍ରାର୍ଥନା କରିଥିଲେ । ଯାହାକୁ ଅନୁଧ୍ୟାନ କଲା ପରେ ଡେପୁଟି ସେକ୍ରେଟାରୀ ଏହି ନିଦେ୍ର୍ଦଶନାମା ଜାରି କରିଛନ୍ତି । ପ୍ରଶ୍ନ ଉଠିଛି ମାମଲା ବିଚାରାଧୀନ ରହିଥିବା ବେଳେ ଲିଜ ଏରିଆର ସନ୍ନିକଟ ଏବଂ ଖଣି ଖନନ ବିଦ୍ୟାଳୟ ଓ ରେଳପଥକୁ କ୍ଷତି ପହଁଚାଇବାର ସମ୍ଭାବନାକୁ ବିଭାଗ ଏଡ଼ାଇ ଯାଇ  ଲିଜ କେଉଁ ଆଧାରରେ ଦେଲେ? ଯଦି ସ୍ଥାନୀୟ ଲୋକେ ଦେଖି ପାରୁଛନ୍ତି ଓ ମାମଲା କରୁଛନ୍ତି ତେବେ ଖଣି ଅଧିକାରୀ ଅଞ୍ଚଳରସିମା ନିର୍ଦ୍ଧାରଣ କରି ଲିଜ ପାଇଁ ଅନୁମତି ଦେଲେ କିପରି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।