କୁମାରୀ ଗ୍ରାମରେ ସିରିଜ୍‌ ଚୋରି

କୁମାରୀ ଗ୍ରାମରେ ସିରିଜ୍‌ ଚୋରି

ଧର୍ମଶାଳା : ଧର୍ମଶାଳା ଥାନା ଜାରକା ଅଞ୍ଚଳରେ ପୁଣି ସିରିଜ ଚୋରି ହୋଇଛି । ଥାନା ଅନ୍ତର୍ଗତ କୁମାରୀ ଗ୍ରାମରେ ଗତକାଲି ରାତିରେ ଦୁର୍ବୃତ୍ତ ସିରିଜ ଭାବେ ୪ ଗୋଟି ଘରୁ ଚୋରି ହୋଇଛି । ଗ୍ରାମର ବିଭିନ୍ନ ଘରର ଝରକା ଭାଙ୍ଗି ଦୃର୍ବୁତ୍ତ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି ।

   ସୂଚନା ମୁତାବକ, ଗ୍ରାମର ହରିହର ସାହୁଙ୍କ ଘରର ପାଚେରି ଡେଇଁ ଝରକା ଭାଙ୍ଗି ଦୃର୍ବୁତ୍ତ ଘରେ ପଶି ଏକ ସୂନା ଚେନ, ନଗଦ ଟଙ୍କା ଓ ମୁଦୀ ଚୋରି କରିନେଇଛନ୍ତି । ଏନେଇ ହରିହର ସାହୁ ଥାନାରେ ଏତଲା ଦେବା ପରେ ପୁଲିସ୬୮୧/୨୫ ରେ ଏକ ମାମଲା ରୁଜୁ କରି ସାଇନଟିଫିକ ଟିମ ଓ ଅନୁନ୍ଧାନି କୁକୁରକୁ ନେଇ ତଦନ୍ତ ଚଳାଇଛି । ଗତକାଲି ୪ ଜଣ ଦୁର୍ବୃତ୍ତ ଚୋରି କରୁଥିବା ସିସିଟିବି ଫୁଟେଜରୁ ଜଣାପଡିଛି । ଏହା ପରେ ଦୁର୍ବୃତ୍ତ ପାଖ ସୁଶାନ୍ତ ନାୟକଙ୍କ ଘର ଝରକା ତାଡି ସେଠାରେ ବଡାରେ ରହୁଥିବା ଜଣଙ୍କର ସୁନା ଚେନ ଓ ନଗଦ ଟଙ୍କା ଚୋରି କରିନେଇଚନ୍ତି । ଏଥିସହ ପଡୋଶୀ ଦିନବନ୍ଧୁ ପାଣି ଓ ଯାଜପୁରର ପୂର୍ବତନ ସାଂସଦ ରୀତା ତରେଇଙ୍କ ଘରେ ଚୋରୀ କରିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି ।