ମା’ ମଙ୍ଗଳା ମନ୍ଦିର ପାଇଁ ଭୂମି ପୂଜନ

 ଦାନଗଦୀ : ଦାନଗଦୀ ବ୍ଲକ ଚିତ୍ରୀ ଚିତ୍ରକୁଟ ପାହାଡ଼ ପାଦଦେଶରେ ମା’ମଙ୍ଗଳାଙ୍କ ନୂତନ ଭବ୍ୟ ମନ୍ଦିର ନିମନ୍ତେ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ପୀଠରେରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ସାଧୁ ସନ୍ଥଙ୍କ ସମାଗମ ହୋଇଥିଲା । ସୂର୍ଯ୍ୟପୂଜା, ଗୋ ପୂଜା, ଧ୍ୱଜ ପୂଜା, ଭୂମି ପୂଜା ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଭୂମିପୂଜନ କାର୍ଯ୍ୟକ୍ରମରେ ହରିଦ୍ୱାର, ନାସିକ, ଉଜ୍ଜୟିନୀ, ପ୍ରୟାଗରାଜର ବିଭିନ୍ନ ଆଖଡାରୁ ଦୁଇଶହରୁ ଅଧିକ ସାଧୁସନ୍ଥ ଯୋଗଦେଇଥିଲେ । ଏହି ଅବସରରେ ଆୟୋଜିତ ଏକ ଧର୍ମସଭାରେ ସାଧୁସନ୍ଥ ନୀତିବାଣୀ, ପ୍ରବଚନ ପ୍ରଦାନ କରିଥିଲେ । ଭୂମି ପୂଜନ ଉତ୍ସବରେ ଅତିଥି ଭାବେ ସ୍ୱାମୀ ବିଷ୍ଣୁଗିରି ମହାରାଜ ପଞ୍ଚଦସନାମ ଜୁନା ଆଖଡା ହରିଦ୍ୱାରରୁ ଯୋଗଦେଇଥିଲେ । ଅନ୍ୟତମଅତିଥି ସୁଦର୍ଶନାନନ୍ଦ ସରସ୍ୱତୀ ମହାରାଜ, ହରିଦ୍ୱାର, ମନ୍ଦିର ପ୍ରତିଷ୍ଠାତା ପୁରନ୍ଦର ଭାରତୀ ପଞ୍ଚାୟତୀ ଆଖଡା ନିରଞ୍ଜନୀ, ଗୁରୁ ଦିଗମ୍ବର ନାଗାସାଧୁ ଦିବାକର ଭାରତୀ, ମନ୍ଦିର ସଂଚାଳକ ଭୈରବାନନ୍ଦ ଭାରତୀ ମୌରୀ ଦରାଗ ପ୍ରୟାଗରାଜ ପ୍ରମୁଖ ଯୋଗ ଦେଇଥିଲେ । ମାଙ୍କ ମନ୍ଦିର ଭୂମିପୂଜନ ଓ ସମସ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ପୁରେନ୍ଦ୍ର ଚୌଧୁରୀ, ଅଜୟ କୁମାର ଦତ, ରବୀନ୍ଦ୍ର କୁମାର ବାରିକ, ଶତ୍ରୁଘ୍ନ ସାହୁ, ପ୍ରତାପ ଦତ, ହେମନ୍ତ ଷଣ୍ଢ, ତପନ ସାହୁ, କୁନି ବାହାଲିଆ, ପପୁ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ ।