କୁମ୍ଭାରିଆ ଶ୍ରଦ୍ଧାକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉସବ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ପଞ୍ଚାୟତ କୁମ୍ଭାରିଆ ଗ୍ରାମ ବୈତରଣୀ ନଦୀତଟ ହରିହାଟ ସପ୍ତାଘର ନିକଟରେ ଅବସ୍ଥିତ ‘ଶ୍ରଦ୍ଧାକ୍ଷେତ୍ର’ ଶ୍ରୀ ଜଗନ୍ନାଥ ମନ୍ଦିର, ମା’ବିମଳା ମନ୍ଦିର ଓ ବାବା କାଶୀ ବିଶ୍ୱନାଥ ମନ୍ଦିର ସମୂହର ପ୍ରତିଷ୍ଠା ଉସôବ ଗତ ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଗ୍ରାମବାସୀମାନେ ୨ ଶହ ବର୍ଷର ପୂରାତନ ଶ୍ରୀଜଗନ୍ନାଥ ମନ୍ଦିରକୁ ପୁନଃ ନିର୍ମାଣ କରିଛନ୍ତି । ଏହି ମନ୍ଦିର ସମୂହର ପ୍ରତିଷ୍ଠା ଉସôବ ଗତ ସୋମବାର ସନ୍ଧ୍ୟା ‘ଅଙ୍କୁରା ରୋପଣ’ରୁ ଆରମ୍ଭ ହୋଇଥିଲା । କର୍ତ୍ତା କେଳୁଚରଣ ସାହୁ ଓ କର୍ତ୍ତୀ ଶଶୀରେଖା ଜଳଘଟ ଉତ୍ତୋଳନ ସହ ସଙ୍କଳ୍ପ କରିଥିଲେ । ନୀଳଗିରି ଶ୍ରୀଜଗନ୍ନାଥ ମନ୍ଦିର ବ୍ରହ୍ମଚାରୀ ସରୋଜ ନନ୍ଦ, ପୂଣ୍ୟଶ୍ଳୋକ ନନ୍ଦ, ସାଧକ ଶ୍ରୀହର୍ଷ ଶତପଥି, ସ୍ଥାନୀୟ ପୁରୋହିତ ସୁବାସ ପାଣି, ନିତ୍ୟାନନ୍ଦ ପାଣି, କାହ୍ନୁଚରଣ ପଣ୍ଡା, ନିରଞ୍ଜନ କର(ଟାଙ୍ଗୁରା), ପ୍ରଫୁଲ୍ଲ ପଣ୍ଡାଙ୍କ ସମେତ ପୁରୀ, ବାରିପଦା, ସାକ୍ଷୀଗୋପାଳ ଆଦି ଅଞ୍ଚଳର ବ୍ରହ୍ମଚାରୀ ବ୍ରାହ୍ମଣଙ୍କ ଦ୍ୱାରା ମଙ୍ଗଳବାର ଅଧିବାସ, ମଣ୍ଡପ ଶାଲାକରଣ ଓ ପ୍ରତିଷ୍ଠା ଏବଂ ବୁଧବାର ସୂର୍ଯ୍ୟପୂଜା, ଗୋପୂଜା, ଶାଲାପୂଜା, ବାସ୍ତୁ ପ୍ରତିଷ୍ଠା, ମନ୍ଦିର ସଂସ୍କାର, ଯଜ୍ଞ, ଗୀତା, ବେଦ ଓ ଚଣ୍ଡିପାଠ ଆଦି ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ବିଗ୍ରହ ନ୍ୟାସ, ପ୍ରତିଷ୍ଠା, ସିଂହାସନ, ପାଶ୍ୱର୍ଦେବତା, ଚକ୍ରଧ୍ୱଜ, ମନ୍ଦିର ପ୍ରବେଶ ଓ ଯଜ୍ଞ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା । ଶ୍ରୀକ୍ଷେତ୍ର ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ନୀଳଗିରି ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ବୀରବର୍ମଣ, ରାଣୀ ମନୋଜା ମଞ୍ଜରୀ ଦେବୀ, ନିଖିଳ ଉକôଳ ସେବାୟତ ମହାସଂଘ ସଭାପତି କାମେଶ୍ୱର ତ୍ରିପାଠୀ, ବିରଜାମଣ୍ଡଳ ପଣ୍ଡିତ ଦେବୀପ୍ରସାଦ ପାଣି ଓ ସହଯୋଗୀ ପ୍ରମୁଖ ଯଜ୍ଞ ପୂର୍ଣ୍ଣାହୂତିରେ ମୁଖ୍ୟ ପୁରୋଧା ଭାବେ ଯୋଗଦେଇଥିଲେ । ବିଭିନ୍ନ ଦିବସରରେ ରାଜ୍ୟ ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସ୍ଥାନୀୟ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ନେତା ଡଃ ସୁଧାଂଶୁ ଶେଖର ନାୟକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ପ୍ରମୁଖ ପ୍ରତିଷ୍ଠା ଉସôବରେ ଯୋଗ ଦେଇଥିଲେ । ରାଜେଶ ଖଟୁଆ ପ୍ରବଚନ, କଣ୍ଠଶିଳ୍ପୀ ସୁଧାକର ମିଶ୍ର ଓ ସୋହିନି ମିଶ୍ର ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ‘ଶ୍ରଦ୍ଧାକ୍ଷେତ୍ର ସ୍ମରଣୀକା-୨୦୨୫’ ଉନ୍ମୋଚିତ ହୋଇଥିଲା । ଉସôବକୁ ଗ୍ରାମବାସୀମାନେ ପରିଚାଳନା କରିଥିଲେ ।