କୁରାଳପଞ୍ଚମୀରେ ଚକ୍ରାଧାରି ପୂଜା

 ବନ୍ତ: ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ରାମକୃଷ୍ଣପୁର ଗ୍ରାମ କୁମ୍ଭାରସାହିରେ କୁରାଳପଞ୍ଚମୀରେ ଚକ୍ରାଧାରି ପୂଜା ୭ ଦିନ ଧରି ଅନୁଷ୍ଠିତ ହୁଏ । ପ୍ରାରମ୍ଭରେ ନିକଟସ୍ଥ କପାଳୀ ନଈରେ ୫ ଗୋଟି କଳସ ଘଟୋଉତଳନ କରାଯାଇ ଗ୍ରାମ ବଜାର ପରିକ୍ରମା ପରେ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । କର୍ତ୍ତା ନାରାୟଣ ଚନ୍ଦ୍ର ରଣା, ଭଗବାନ ରଣା, ବିରେନ୍ଦ୍ର ରଣା, ନରେଶ ରଣା, ଗଙ୍ଗାଧର ରଣା, କାର୍ଯ୍ୟ ତୁଲାଇଥିବା ବେଳେ ପୂଜାରୀ ସଦାନନ୍ଦ ପଣ୍ଡା ବିଧି ଅନୁସାରେ ସମସ୍ତ ପୂଜା କାର୍ଯ୍ୟ ତୁଲାଇଥିଲେ ।  ଏହି ପୂଜା ପ୍ରାୟ ୭୦ ବର୍ଷରୁ ଉର୍ଦ୍ଧ ହେବ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମେ କାଙ୍ଗାଳି ରଣା ଏହି ପୂଜାକୁ ଆରମ୍ଭ କରିଥିଲେ । ସହଯୋଗରେ ଅମର କୁମାର ରଣା, ବାସୁଦେବ ରଣା, ଭାଗିରଥି ରଣା, ସୋମନାଥ ରଣା, ସୁବାଷ ରଣା, ନାରାୟଣ ରଣା, ମଳୟ ରଣା, ଖଗେଶ୍ୱର ରଣା, ବଳରାମ ରଣା, ମନୋଜ ରଣା ପ୍ରମୁଖ ।