ଟ୍ରମ୍ପଙ୍କ ପଦକ୍ଷେପ ଓ ସମ୍ଭାବ୍ୟ ପରିଣାମ

ଟ୍ରମ୍ପଙ୍କ ପଦକ୍ଷେପ ଓ ସମ୍ଭାବ୍ୟ ପରିଣାମ

ସୋ÷÷ମେନ୍ଦ୍ର ଜେନା:
ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ କଥାର ତାଳମେଳ ରହୁନାହିଁ । ବୟସାଧିକ୍ୟ ଲୋକ ହେଲେ ଅନେକ ସମୟରେ ସ୍ମୃତି ହରାଇବା  ସ୍ୱାଭାବିକ । ଏହା ଏକପ୍ରକାର ସାଧାରଣ ରୋଗ । ଏହି ସମୟରେ ବ୍ୟକ୍ତି ଅଧିକ ·ପଗ୍ରସ୍ତ ହେଲେ ଚିଡିଚିଡା, ଅହଂକାରୀ ହୋଇ କାର୍ଯ୍ୟକରେ । ଟ୍ରମ୍ପଙ୍କ କ୍ଷେତ୍ରରେ ତାହା ହିଁ ହୋଇଛି । 
ପ୍ରଥମେ ଟ୍ରମ୍ପ ମନେକଲେ ଯେ ସେ ତାଙ୍କର ନିଜସ୍ୱ ନୀତି ଦ୍ୱାରା ସାରାବିଶ୍ୱକୁ କଣ୍ଢେଇ ପରି ବ୍ୟବହାର କରିବେ । ତାଙ୍କ ଇଛାକୁ ପୂରଣ କରୁନଥିବା କିମ୍ବା ଗ୍ରହଣ କରୁନଥିବା ରାଷ୍ଟ୍ର ବିରୋଧରେ ସେ ତାଙ୍କ ଟିକସ ଯୁଦ୍ଧ ଭୟ ଦେଖାଇବେ । ହେଲେ ଭୟକୁ ଗ୍ରହଣ ନକଲେ ଅଧିକ କଠୋର ପଦକ୍ଷେପ ନେବେ । କିନ୍ତୁ ଦିନ କେଇଟାରେ ସାରା ବିଶ୍ୱରେ ଲୋକେ ଆମେରିକାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଅଗଷ୍ଟରୁ ୯୦ଟି ଦେଶ ବିରୋଧରେ ଯେଉଁ ଆମଦାନୀ ଶୁଳ୍କ ଟ୍ରମ୍ପ ଲଗାଇଛନ୍ତି ତାକୁ ଗ୍ରହଣ କରିବା ସହଜ ହୋଇନାହିଁ । ଯେମିତି  ବ୍ରାଜିଲ ୫୦%, କାନାଡା ୨୫%ରୁ ୩୫%, ଚୀନ ୩୦%, ମେକ୍ସିକୋ ୨୫%, ୟୁରୋପୀୟ ରାଷ୍ଟ୍ର ସଂଘ ୧୫%, ସିରିଆ ୪୧%,ଲାଓସ ୪୦%, ସ୍ୱିଜରଲାଣ୍ଡ ୩୯%, ମ୍ୟାନମାର୍ ୪୦%, ଇରାକ ୩୫%, ସର୍ବିଆ ୩୫%, ଆଲଜେରିଆ ୩୦%, ବୋସନିଆ ଓ ହେର୍ଜଗୋଭିନା ୩୦%, ଲିବିୟା ୩୦%, ଦକ୍ଷିଣ ଆଫ୍ରିକା ୩୦%, ଭାରତ ୫୦%, ପାକିସ୍ଥାନ ୧୯%, ବଙ୍ଗଳାଦେଶ ୨୦%, । ଏହି ପ୍ରବେଶ ଶୁଳ୍କ ଆମଦାନୀ ଉପରେ ଲାଗିଲେ ଆମେରିକାକୁ ଯାଉଥିବା ଅନେକ ପ୍ରକାର ବସ୍ତୁର ଦର ବୃଦ୍ଧିପାଇବ । ଏଥିରେ ଆମେରିକାବାସୀଙ୍କ ଖର୍ଚ୍ଚ ବଢିବ । ଗ୍ରାହକଙ୍କ କ୍ରୟଶକ୍ତି ହ୍ରାସ ହେବ, ବଜାର ଅସ୍ଥିର ହେବ  । ଟ୍ରମ୍ପଙ୍କ କହିବାନୁସାରେ ଏହି ଘୋଷଣାପରେ ଆମେରିକାର ଅର୍ଥନୀତି ଶକ୍ତିଶାଳୀ ହେବ । କିନ୍ତୁ ସାରା ବିଶ୍ୱରେ ଘୃଣାର ପାତ୍ର ଭାବେ ସମାଲୋଚିତ ହେବା ପରେ ଟ୍ରମ୍ପ କିପରି ଆମେରିକାକୁ ସମୃଦ୍ଧ କରିବେ? ଆର୍ଥôକ ଆଧିପତ୍ୟ ପ୍ରଦର୍ଶନ କରି ଟ୍ରମ୍ପ ଅନ୍ୟମାନଙ୍କୁ ଭୟ ପ୍ରଦର୍ଶନ କରିବାର ଯେଉଁ କୋ÷÷ଶଳ ଆପଣାଇଛନ୍ତି ତାହା ଆତ୍ମଘାତୀ ହେବ । ଆମେରିକାର ସହଯୋଗୀ ରାଷ୍ଟ୍ର ଦକ୍ଷିଣ କୋରିଆରେ ଟ୍ରମ୍ପଙ୍କ ନୀତିକୁ ବିରୋଧ କରି ·ଷୀମାନେ ରାସ୍ତାକୁ ଓହ୍ଲାଇଛନ୍ତି ।  ଜାପାନରେ ମଧ୍ୟ ଲୋକେ ଆମେରିକାର ମତିଗତିକୁ ନେଇ ଖପ୍ପା ଅଛନ୍ତି । ଜି-୭ର ମୋଟ ୭ଜଣଙ୍କ ମଧ୍ୟରୁ ଦୁଇଟି ଦେଶ ଫ୍ରାନ୍ସ ଏବଂ କାନାଡା ଟ୍ରମ୍ପଙ୍କୁ ବିରୋଧ କରି ପାଲେଷ୍ଟାଇନକୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେବାଲାଗି ଘୋଷଣା କରିଛନ୍ତି । ସେହିପରି ନାଟୋ ମେଣ୍ଟରେ ଥିବା ସଦସ୍ୟ ରାଷ୍ଟ୍ରଙ୍କ ଭିତରୁ ଦୁଇଟି ରାଷ୍ଟ୍ର ଏବେ ଟ୍ରମ୍ପଙ୍କୁୁ ବିରୋଧକରି  ପୁତିନଙ୍କୁ ସମର୍ଥନ କରିଛନ୍ତି । ଏପରିକି ଆମେରିକାର ବଡ ସମର୍ଥକ ବ୍ରିଟେନରେ ମଧ୍ୟ ଲୋକଙ୍କ ମଧ୍ୟରେ ଟ୍ରମ୍ପ ବିରୋଧୀ ଭାବନା ଖୁବ୍ ବଢିଛି । ନିଜକୁ ପୃଥିବୀର େ·÷÷ଧୁରୀ ଭାବେ ମନେକରୁଥିବା ଟ୍ରମ୍ପଙ୍କୁ ନିଜ ଦେଶରେ ପ୍ରବଳ ସମାଲୋଚନାର ସାମ୍ନା କରିବାକୁ ହୋଇଛି । ତାଙ୍କ ଲୋକପ୍ରିୟତା ଖୁବ୍ ଅଧିକ ହ୍ରାସ ପାଇଛି । ଏପରିକି ଭିନ୍ନ ଭିନ୍ନ ରାଜ୍ୟରେ ଟ୍ରମ୍ପଙ୍କୁ ଲୋକେ ଏତେ ସମାଲୋଚନା କରୁଛନ୍ତି ଯେ ଆଗାମୀ ଦିନରେ ତାଙ୍କୁ ମହାଭିଯୋଗର ସାମ୍ନା କରିବାକୁ ହୋଇପାରେ । 
ଗୋଟିଏ ପଟେ ଆମେରିକା ୟୁକ୍ରେନକୁ ଲଢିବା ପାଇଁ ଯୁଦ୍ଧ ସାମଗ୍ରୀ  ପଠାଉଥିବା ସମୟରେ ରୁଷିଆ ସହ ଭଲ ସଂପର୍କ ଥିବା ରାଷ୍ଟ୍ରଗୁଡିକ ବିରୋଧରେ ଟ୍ରମ୍ପ ବିଷୋଦଗାର କରିବାରେ ଲାଗିଛନ୍ତି । ଭାରତର ରୁଷିଆଠାରୁ  ତେଲ କିଣାଦ୍ୱାରା ୟୁକ୍ରେନ ଲୋକଙ୍କୁ ହତ୍ୟା କରାଯାଉଥିବା ବିଷୟରେ ଆମେରିକା ଅଭିଯୋଗ କରିଛି । ସେହିକ୍ରମରେ ୟୁକ୍ରେନ ରାଷ୍ଟ୍ରପତି ଆଉ ଦୁଇପାଦ ଆଗେଇଯାଇ ଟ୍ରମ୍ପଙ୍କୁ ଖୁସି କରାଇବା ଲାଗି ରୁଷିଆର  ଡ୍ରୋନ ନିର୍ମାଣରେ ଭାରତୀୟ କମ୍ପାନୀର ଅଂଶ ରହିଥିବା କଥା ରାଷ୍ଟ୍ରପତି କହି ଅଭିଯୋଗ କରିଛନ୍ତି  ।
ଟ୍ରମ୍ପଙ୍କ ପାଗଳାମୀ ଦେଖି ରୁଷିଆର ପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଡବେଡେଭ ଟ୍ରମ୍ପଙ୍କୁ ସମାଲୋଚନା କରିବାପରେ ଆମେରିକା ପକ୍ଷରୁ ଦୁଇଟି ପରମାଣୁ ସବମେରିନ ପଠାଯିବାପରେ ରୁଷିଆ ପୂର୍ବରୁ ଆମେରିକା ସହ ଯେଉଁ ପରମାଣୁ ନିୟନ୍ତ୍ରଣ ସଂକ୍ରାନ୍ତରେ ବୁଝାମଣା କରିଥିଲା ସେଥିରୁ ଓହରିଯିବା ଘୋଷଣା କରି ନିଜ ସୁରକ୍ଷା ନିମିତ୍ତ ବହୁଦେଶୀୟ ଦୂରଗାମୀ କ୍ଷେପଣାସ୍ତ୍ରକୁ ମୁତୟନ କରିଛି । ବିଶେଷକରି ବ୍ରିକ୍ସ ରାଷ୍ଟ୍ରଗୁଡିକୁ ଟ୍ରମ୍ପ ଅଧିକ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହି ଗୋଷ୍ଠୀ ପକ୍ଷରୁ ବ୍ରିକ୍ସ ମୁଦ୍ରା ପ୍ରଚଳନ ପାଇଁ ପ୍ରସ୍ତାବ ଆସିଥିଲା । ଯଦି ବ୍ରିକ୍ସ ମୁଦ୍ରା ପ୍ରଚଳନ ବଢେ ତେବେ ଅଦେ୍ର୍ଧକ ପୃଥିବୀ ଖୁବ୍ କମ୍ ଦିନରେ ଡଲାରମୁକ୍ତ ହେବ । ବିଶ୍ୱ ଅର୍ଥନୀତିରେ ଡଲାରର ପ୍ରଭୁତ୍ୱ ହ୍ରାସ ପାଇବ, ଏଥିରେ ସନେ୍ଦହ ନାହିଁ , ଏହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସାରା ପୃଥିବୀରେ ଶତ୍ରୁ ସୃଷ୍ଟିକରି ନିଜକୁ ମନେମନେ ବାଦଶାହ ଭାବେ ପ୍ରତିଷ୍ଠିତ କରିବାକୁ ·ହୁଁଥିବା ଟ୍ରମ୍ପ ଏତେଟା ସହଜରେ ସଫଳ ହେବେ ନାହିଁ । କାରଣ ବର୍ତ୍ତମାନ ପରିସ୍ଥିତିରେ ଭାରତ, ଚୀନ, ରୁଷିଆ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ପରି ଶକ୍ତିଶାଳୀ ରାଷ୍ଟ୍ର ଗୋଷ୍ଠୀକୁ ଖୋଲାଖୋଲି ·ଲେଞ୍ଜ କରିବାକୁ ଟ୍ରମ୍ପ ଯେପରି ଅଶାଳୀନ ଭାଷା ପ୍ରୟୋଗ କରି ·ଲିଛନ୍ତି ,ତାକୁ କୋ÷÷ଣସି ସଭ୍ୟ ରାଜନେତା ଗ୍ରହଣ କରିବେ ନାହିଁ, ରାଷ୍ଟ୍ର ମଧ୍ୟ କରିବ ନାହିଁ । 
ପୁନର୍ବାର ଆମେରିକାକୁ ଶକ୍ତିଶାଳୀ, ସମୃଦ୍ଧଶାଳୀ ଏବଂ ସର୍ବାଗ୍ରେ ପ୍ରତିଷ୍ଠିତ କରିବାକୁ ଘୋଷଣାକରି ଟ୍ରମ୍ପ ଆମେରିକାବାସୀଙ୍କ ସମର୍ଥନ ହାସଲ କଲେ ସତ, କିନ୍ତୁ ପୂର୍ଣ୍ଣ ସହଯୋଗ ଏବେ ମଧ୍ୟ ପାଇନାହାନ୍ତି । ଆମେରିକା ଲୋକେ ଏବେ ଟ୍ରମ୍ପଙ୍କୁ ଧ୍ୱଂସକାରୀ ଦୃଷ୍ଟିରେ ଦେଖିବାରେ ଲାଗିଛନ୍ତି । ପ୍ରଥମେ ଅନ୍ୟଦେଶର ଲୋକଙ୍କୁ ତଡିବା,ଏବେ କର୍ମ·ରୀମାନଙ୍କୁ ଗ୍ରହଣ ନକରିବାଲାଗି କମ୍ପାନୀଗୁଡିକୁ କହିବାଦ୍ୱାରା ଆମେରିକାରେ ଅସ୍ଥିରତାର ବାତାବରଣ ସୃଷ୍ଟିହେବ । ପୁଞ୍ଜିବଜାର ଆଧାରିତ ସେଠାକାର ବ୍ୟବସାୟ କ୍ଷତିଗ୍ରସ୍ତ ହେବ । ବଜାରରେ ଶ୍ରମିକ ପାଇବା କଷ୍ଟକର ହେବ । ଆଜିର ଦିନରେ ଆମେରିକାର ସ୍କୁଲଗୁଡିକର ଶିକ୍ଷାର ଆଧାର ଖୁବ୍ ସୁଦୃଢ ବୋଲି ଯଦି କେହି ମନେ କରୁଥାନ୍ତି ତା ହେଲେ ସେ ଧାରଣା ଆଦୋ÷÷ ଠିକ୍ ନୁହେଁ । ବାହାର ଦେଶରୁ ଯେଉଁ ମେଧାବୀ ଲୋକେ ଅଧିକ ଉପାର୍ଜନ ପାଇଁ ଆମେରିକାକୁ ବିକଳ୍ପ ଭାବେ ଗ୍ରହଣ କରୁଥିଲେ ଏବେ ତାହା ଓଲଟା ଦେଖାହେବ । ମେଧାବୀ ଲୋକଙ୍କର ଅଭାବ ହେଲେ ଚୀନ ଓ ଭାରତର କମ୍ପାନୀକୁ ଆମେରିକାର କମ୍ପାନୀ ପ୍ରତିଦ୍ୱନ୍ଦ୍ୱିତାରେ ପଛରେ ପକାଇବା କଷ୍ଟ ହେବ । କାରଣ ଏହି ଦୁଇରାଷ୍ଟ୍ରର ଉତ୍ପାଦନ ଓ ବିତରଣ ବହୁବିଧ କ୍ଷେତ୍ରକୁ ପରିବ୍ୟାପ୍ତ ହୋଇଛି । ବନ୍ଦର କ୍ଷେତ୍ରରେ ଆଦାନୀ ଯେପରି ସମଗ୍ର ବିଶ୍ୱରେ ବନ୍ଦର ଅଧିଗ୍ରହଣ କାର୍ଯ୍ୟ ·ଲୁରଖିଛି ସେମିତି ଟାଟା ପରି କମ୍ପାନୀ ବିଦେଶରେ ବଡ ବଡ କମ୍ପାନୀକୁ ହାତକୁ ଆଣିବାକୁ ଚେଷ୍ଟା ଚଳାଇଛି । ନିକଟରେ ଆଉଭେକୋ ନାମକ ଇଲେକ୍ଟ୍ରିକ୍ ପରିବହନ ଯାନର ନାମୀ କମ୍ପାନୀକୁ ଟାଟା ହାତକୁ ନେବାପରେ ଭାରତୀୟ କମ୍ପାନୀର ୟୁରୋପ ଏବଂ ଦକ୍ଷିଣ ଆମେରିକାରେ ମାଲ୍ ପରିବହନ କ୍ଷେତ୍ରରେ ନିଜସ୍ୱ ପରିଚୟ ସୃଷ୍ଟି କରିବ । ଭାରତର ଲୋକାଲ ଟେକ୍ନୋଲୋଜୀ ଏବେ କ୍ରମଶଃ ଗ୍ଲୋବାଲ ହେବାରେ ଲାଗିଛି । ସେମିତି ଭାରତର କମ୍ପାନୀଗୁଡିକ ମଧ୍ୟ ଗ୍ଲୋବାଲ ସ୍ତରକୁ ଗଲେଣି । ଯୁଦ୍ଧାସ୍ତ୍ର ନିର୍ମାଣଠାରୁ ଆରମ୍ଭ କରି ମୋବାଇଲ ନିର୍ମାଣ କ୍ଷେତ୍ରରେ ଭାରତର କମ୍ପାନୀଗୁଡିକ ନିଜସ୍ୱ  ଦକ୍ଷତା ପ୍ରଦର୍ଶନ କରି ଆସିଛନ୍ତି । ଶସ୍ତା ଔଷଧ ପ୍ରସ୍ତୁତିର କେନ୍ଦ୍ର ଭାବେ ବିଶ୍ୱରେ ଭାରତର ପରିଚୟ ରହିଛି । ଟ୍ରମ୍ପ ଯଦି ·ହୁଁଥାନ୍ତି ଯେ କଟକଣା ଦ୍ୱାରା ସାରା ବିଶ୍ୱର ଉତ୍ପାଦନକୁ ପ୍ରଭାବିତ କରିବାକୁ, ତେବେ ତାହା ତାଙ୍କ ପାଇଁ ବୁମେରାଂ ସଦୃଶ ହେବ । ଅନ୍ୟ ଦେଶଗୁଡିକ ଏହି ଲଢେଇରେ ଯେତିକି କ୍ଷତିଗ୍ରସ୍ତ ହେବେ ତା’ଠାରୁ ଅଧିକ ହେବ ଖୋଦ ଆମେରିକା । ସବୁଠୁ ଅଧିକ କ୍ଷତି ସହିବେ ଆମେରିକାରେ ବସବାସ କରୁଥିବା ଲୋକେ । ଟ୍ରମ୍ପଙ୍କ ପାଗଳାମୀର ସେମାନେ ହେବେ ଶିକାର । 
ଟ୍ରମ୍ପଙ୍କ ଦୂରଦୃଷ୍ଟିବିହୀନ ପଦକ୍ଷେପ ଯୋଗୁ ଆମେରିକାର ଯେଉଁ କ୍ଷତି ହେବାକୁ ଯାଉଛି ତାହା ସ୍ପଷ୍ଟ ଜଣାପଡିଲାଣି । ଏକଦା ଡଗଲାସ ହଜ୍-ଏକିନ୍ ବୁଶ୍ଙ୍କ ସରକାରରେ ଆର୍ଥôକ ପରାମର୍ଶଦାତା ଥିଲେ । ସେ ଏବେ କହିଛନ୍ତି ଯେ ଆମେରିକା ପୃଥିବୀରେ ଅନେକ ବନ୍ଧୁଙ୍କୁ ହରାଇବାକୁ ଯାଉଛି । ଆମେରିକାର ବାଣିଜି୍ୟକ କ୍ଷତି ୧୦.୮ ପ୍ରତିଶତ ହୋଇଛି । ଅଗଷ୍ଟ ୭ତାରିଖଠାରୁ ଆମଦାନୀ ଶୁଳକ୍ ଆମେରିକାରେ ଲାଗୁ ହେବା ପରେ ଏହି କ୍ଷତି ଅଧିକ ହେବ । ଯାହାଫଳରେ ୧୯୩୪ ପରେ ଏହି ବର୍ଦ୍ଧିତ ଶୁଳ୍କ ସର୍ବାଧିକ ଥିବାରୁ ଏହାର ପ୍ରଭାବ ବ୍ୟାପକ ହେବ ବୋଲି ଅର୍ଥନୀତି ବିଶାରଦମାନେ ଅନୁମାନ କରୁଛନ୍ତି । ଚୀନରୁ ଆମଦାନୀ ୧୮.୯ ବିଲିଅନ ଡଲାର ହ୍ରାସପାଇଛି,ଯାହା ୨୦୦୯ ତୁଳନାରେ ସବୁଠୁ କମ୍ । ଯାହା ଫଳରେ ବଜାରରେ ବସ୍ତୁର ଅଭାବ ହେତୁ ମୁଦ୍ରାସ୍ଫୀତି ଦେଖାଦେବ । ୧୯୨୯ ସଦୃଶ ଆମେରିକା ମୁଦ୍ରାବଜାରରେ ପୁଣି ଅସ୍ଥିରତା ଆସିପାରେ ବୋଲି ଅନେକ ଆଶଙ୍କା ପ୍ରକାଶ କରୁଛନ୍ତି । ଟ୍ରମ୍ପ ବାରମ୍ବାର ମିଛ କହି ବାଦାଦୁରୀ ନେବାକୁ ଚେଷ୍ଟା କରୁଥିବାବେଳେ ମୋଦିଙ୍କ ଭାଷଣ ତାଙ୍କୁ ପଦାରେ ପକେଇଦେଇଛି ।  ଏପରିକି ୧୯୭୧ରେ କିପରି ଭାରତର ଶତ୍ରୁରାଷ୍ଟ୍ର ପାକ୍କୁ ଅସ୍ତ୍ରଶସ୍ତ୍ର ଆମେରିକା ଯୋଗାଇଥିଲା ତା’ର ଏକ ଖବର ଭାରତୀୟ ସେନା ପ୍ରକାଶ କରି ଆମେରିକା ଚେହେରାଲେ ଲୁଣ ବୋଳି ଦେଇଛି । ୨୦୨୦ରୁ ୨୦୨୫ ମଧ୍ୟରେ ଆମେରିକାର ଆମଦାନୀ ଶୁଳ୍କ ୨ ପ୍ରତିଶତରୁ ୧୮ ପ୍ରତିଶତକୁ ବଢିଛି । ଟ୍ରମ୍ପ ମନେ କରୁଛନ୍ତି ଯେ ସେ ଏହି ଶୁଳ୍କ ଯୁଦ୍ଧରେ ବିଜୟୀ ହେବେ କିନ୍ତୁ ସାରା ପୃଥିବୀରେ ଆମେରିକା ବିଶ୍ୱାସ ହରାଇ ଶତ୍ରୁରାଷ୍ଟ୍ର ସ୍ତରକୁ ଖସିଯାଇଛି । ଆଗାମୀ ଦିନରେ ଡିଜିଟାଲ ଦେଣନେଣ ପରେ ଆମେରିକାର ଡଲାରର ବ୍ୟବହାର ଏବଂ କ୍ରେଡିଟ୍କାର୍ଡର ବ୍ୟବହାର ପୃଥିବୀରେ ହ୍ରାସ ପାଇବ ନିଶ୍ଚୟ । ବ୍ରାଜିଲ ଉପରେ ୫୦ପ୍ରତିଶତ ଶୁଳ୍କ ଲାଗୁ କଲାପରେ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଡା ସିଲଭା କହିଛନ୍ତି ଯେ ସେ ଟ୍ରମ୍ପଙ୍କ ସହ କଥା ବନ୍ଦକରି ଚୀନ ରାଷ୍ଟ୍ରପତି ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ । ଆମେରିକାର ସହାୟତାରେ ବ୍ରାଜିଲରେ ବିଦ୍ରୋହ ମାଧ୍ୟମରେ କ୍ଷମତା ପରିବର୍ତ୍ତନ ପାଇଁ ଷଡଯନ୍ତ୍ର କରିଥିବା ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈ÷ର ବୋଲ୍ସାନାରୋଙ୍କୁ ଗିରଫ କରିବାଲାଗି ଦେଶର ସୁପ୍ରିମକୋର୍ଟ ନିଦେ୍ର୍ଦଶ ଦେବା ଯୋଗୁ ସେ ଏବେ ହାଜତରେ ରହିଛନ୍ତି । ଲୁଲାଙ୍କ ସହ ଆମେରିକାର ସଂପର୍କ ଖରାପ ଥିବା ହେତୁ ଦେଶରେ  ବିଦ୍ରୋହ ଓ ରାଜନୈ÷ତିକ ଅସ୍ଥିରତା ସୃଷ୍ଟିପାଇଁ ଆମେରିକା ଷଡଯନ୍ତ୍ର କରୁଛି । କିନ୍ତୁ ଦେଶର ସୁପ୍ରିମକୋର୍ଟ ବିରୋଧରେ ମଧ୍ୟ ବୋଲସାନାରୋ କାର୍ଯ୍ୟ କରୁଥିବାର ପ୍ରମାଣ ମିଳିବା ପରେ ବ୍ରାଜିଲର ଅଦାଲତ ଅଧିକ କଠୋର ହୋଇଛି । ତେଣୁ ଟ୍ରମ୍ପଙ୍କ ଏହିସବୁ ଷଡଯନ୍ତ୍ର ଆମେରିକା ପାଇଁ ଅଧିକ କ୍ଷତିକାରକ ହେବ ଏଥିରେ ସନେ୍ଦହ ନାହିଁ । 
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର -୭୫୧୦୦୩