କୁଳଡିହା ଅଭୟାରଣ୍ୟରେ କମ୍ବିଂ ଅପରେସନ

ନୀଳଗିରି : କୁଳଡିହା ଅଭୟାରଣ୍ୟ ଆରମ୍ବ ହୋଇଛି ଜୋରଦାର କମ୍ବିଂ ଅପରେସନ । ଏହାର ନେତୃତ୍ୱ ନେଇଛନ୍ତି ବାଲେଶ୍ୱରର ଡିଏଫଓ ପ୍ରଫୁଲ୍ଲ କୁମାର ମଲ୍ଲିକ । ସରକାରୀ ନିଦେ୍ର୍ଦଶନାମା ଅନୁସାରେ ସମସ୍ତ ବନ କର୍ମଚାରୀ ମାନେ ମାସକୁ ଘଞ୍ଚଜଙ୍ଗଲରେ ୧୦୦ କିଲୋମିଟର ଚାଲି ପେଟ୍ରୋଲିଂ କରିବେ । ସବୁଜବାହିନୀ,ଗାର୍ଡ ୧୦୦ କିଲୋମିଟର ଚାଲିବା ସହ, ଫରେଷ୍ଟର ୭୫ କିଲୋମିଟର, ରେଞ୍ଜର ୫୦ କିଲୋମିଟର, ଏସିଏଫ ୨୫କିଲୋମିଟର, ନିଜେ ଡିଏଫଓ ୧୫ କିଲୋମିଟର ଜଙ୍ଗଲରେ ଚାଲି ଜୀବଜନ୍ତୁ ଗତିବିଧି ଉପରେ ଲକ୍ଷ କରିବା ସହ ଶିକାରୀଙ୍କୁ ରୋକଦେବେ । ରବିବାର କୂଳଡିହା ଅଭୟାରଣ୍ୟ ଚାରିପଟୁ ୪ଟି ଟିମ ବନ୍ଧୁକ ଧରି କମ୍ବିଂ  ଅପରେସନ ଆରମ୍ବ କରି କୂଳଡିହାର ଅଗ୍ରଭାଗ ମଣ୍ଡଳେଶ୍ୱରୀ ଠାରେ ପହଞ୍ଚିଥିଲେ । ପରେ ସେଠାରେ ପୂଜାର୍ଚ୍ଚନା କରିବା ପରେ ପୁଣି ତଳକୁ ଓହ୍ଲାଇଥିଲେ ବନ କର୍ମଚାରୀ । ହଠାତ ଏହି ଅପରେସନ ଆରମ୍ବ ହୋଇଥିବା ବେଳେ ଶିକାରୀ ମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । ଏହି ପେଟ୍ରୋଲିଂରେ ଡିଏଫଓ ଶ୍ରୀ ମଲ୍ଲିକ, ଏସିଏଫ ଶୋଭନ ଦିଗନ୍ତ ଚାନ୍ଦ ଓ କୁଳଡିହା ରେଞ୍ଜର ଦାୟିତ୍ୱରେ ଥିବା ଏସିଏଫ ସୁବ୍ରତ କୁମାର ବେହେରା ପ୍ରମୁଖ ରହିଛନ୍ତି ।