କୃତକାର୍ଯ୍ୟ ଶିବିରାର୍ଥଙ୍କୁ ସମ୍ବର୍ଦ୍ଧନା 

 ସୁକିନ୍ଦା : ସୁକିନ୍ଦା ଫିଜିକାଲ ଏକାଡେମୀରେ ପ୍ରଶିକ୍ଷଣ ନେଇ ସରକାରଙ୍କ ଅଗ୍ନିବୀର ପଦବୀ ପାଇଁ ମନୋନୀତ ହୋଇଥିବା ଆଦିବାସୀ ଯୁବକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସୂଚନା ମୁତାବକ ବାନରା ସେବା ଫାଉଣ୍ଡେସନ ପକ୍ଷରୁ ଗତ ପାଂଚବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଫିଜିକାଲ ଏକାଡେମୀରେ ସ୍ୱଳ୍ପ ଖର୍ଚ୍ଚରେ ଯୁବକ ଯୁବତୀ ମାନଙ୍କୁ ପ୍ରତିରକ୍ଷା ଓ ଆଗ୍ନିକ ପରୀକ୍ଷା କୃତକାର୍ଯ୍ୟ ହେବାପାଇଁ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ଅନୁଷ୍ଠିତ ଆଗ୍ନିକ ପରୀକ୍ଷାରେ ଏକାଡେମୀରେ ପ୍ରଶିକ୍ଷଣ ଗ୍ରହଣ କରୁଥିବା ସାରଙ୍ଗପୁର ଗ୍ରାମ ଦୀପକ କୁମାର ମୁଣ୍ଡା ନାମକ ଆଦିବାସୀ ଯୁବକ ଚାକିରି ପାଇଁ ମନୋନୀତ ହୋଇଛନ୍ତି । ଏହି ଅବସରରେ ଏକାଡେମୀ ପରିସରରେ ଏକ ସମ୍ବର୍ଦ୍ଧନା ସଭା ହୋଇଥିଲା । ପ୍ରଶିକ୍ଷଣ କେନ୍ଦ୍ରର ମୁଖ୍ୟ ଜଙ୍କ ବାନାରା, ସମ୍ପାଦକ ବାପୁଜୀ ଲାଗୁରି, ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ  ଉପସ୍ଥିତ ରହି କୃତକାର୍ଯ୍ୟ ଦୀପକକୁ ସମ୍ବର୍ଦ୍ଧିତ କରିବା ସହ ସମସ୍ତ ଶିବିରାର୍ଥôଙ୍କ ଉଜ୍ଜ୍ୱଳ ଭବିଷ୍ୟ କାମନା କରିଥିଲେ ।