କୃଷକ ମେଳା

 ହିନେ୍ଦାଳ: ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ ନିର୍ବାଚନ ମଣ୍ଡଳୀ ଉପଖଣ୍ଡ ଷ୍ଟାଡିୟମ ଠାରେ ଉପଖଣ୍ଡସ୍ତରୀୟ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଯୋଗ ଦେଇ ମେଳାର ଶୁଭ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନାକାର, ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ତହସିଲଦାର ଦିଲୀପ ସେଠି, ଜିଲ୍ଲା କୃଷି ଅଧିକାରୀ ସୁବ୍ରତ ପାଢ଼ୀଙ୍କ ସମେତ ଉପଖଣ୍ଡସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି କୃଷି ମେଳାରେ ଅତ୍ୟାଧୁନିକ ଯନ୍ତ୍ରପାତି ସହ ବିଭିନ୍ନ କୃଷି ଉପକରଣ, କୃଷିଜାତ ଦ୍ରବ୍ୟର ଷ୍ଟଲ୍ ହୋଇଥିଲା । ସେଠାକୁ ଆସୁଥିବା ଜନସାଧାରଣମାନେ ଆଗ୍ରହ ସହକାରେ ସେ ସବୁ କିଣାକିଣି କରୁଥିବା ଦେଖାଯାଇଥିଲା । ତେବେ ନିମନ୍ତ୍ରିତ ଜନ ପ୍ରତିନିଧିମାନେ ଯୋଗ ଦେଇ ନ ଥିବାରୁ ଉତ୍ସବ ଜନଗହଳି ନ ଥିବା ସହ କୃଷକ ମେଳାରେ ହାତଗଣତି କୃଷକ ଉପସ୍ଥିତ ରହିଥିଲେ । ତେବେ ଦୁଇ ତିନିଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଆଗକୁ ଆହୁରି କୃଷକ ଓ ଜନସମାଗମ ହେବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି । ଆଜିର ଉଦ୍ଘାଟନୀ ଶିବିରରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କୁ ବିଭାଗ ପକ୍ଷରୁ ମୁଖ୍ୟଅତିଥିଙ୍କ ଦ୍ୱାରା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।