ବୃଦ୍ଧଙ୍କୁ ଘୋଷାଡି ମାରିଲା ହାତୀ

 ହିନେ୍ଦାଳ: ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ ବନାଞ୍ଚଳରେ ଲଗାତାର ହାତୀ ଆକ୍ରମଣରେ ଶିକାର ହେଉଥିବାରୁ ଜନସାଧାରଣ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ  ଜୀବନ ଅତିବାହିତ କରୁଛନ୍ତି । ଲଗାତାର ଭାବରେ ହାତୀ ଆକ୍ରମଣରେ ଜୀବନ ହରାଉଛନ୍ତି ଅଞ୍ଚଳର ନିରୀହ ଜନତା । ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତୁ୍ୟବରଣ କରିଛନ୍ତି  । ଖବରରୁ ପ୍ରକାଶ ଯେ  ଗୁଳେହି ପଞ୍ଚାୟତ ଅନ୍ତର୍ଗତ ବଙ୍ଗୁ  ଗ୍ରାମର ଶିଖର ସାହୁ ରାତିରେ ପରିସ୍ରା କରିଯିବା ପାଇଁ କବାଟ ଖୋଲିବା ମାତ୍ରେ ତାଙ୍କୁ ଏକ ହାତୀ ଶୁଣ୍ଢରେ ଟେକି ନେଇ କଚାଡି ମାରି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା  । ତାଙ୍କ ସହ ଥିବା ତାଙ୍କ ନାତି ଅଳ୍ପକେ ରକ୍ଷା ପାଇଯାଇଥିଲେ । ଏଭଳି ଗୋଟିଏ ପରେ ଗୋଟିଏ ଜୀବନ ଅକାଳରେ ଚାଲି ଯାଉଥିବା ଅଭିଯୋଗ ହେଉଛି । ଚଳିତବର୍ଷ ପଚାଶରୁ ଅଧିକ ଲୋକ ହିନେ୍ଦାଳରେ ହାତୀ ଆକ୍ରମଣରେ ମୃତୁ୍ୟ ବରଣ କଲା ପରେ ମଧ୍ୟ ଚତୁଛି ବନବିଭାଗ କି ପ୍ରଶାସନ । ସମସ୍ତେ କେବଳ ନିରବଦ୍ରଷ୍ଟା ।  ଅଧିକାରୀମାନଙ୍କର ଏହି ନୀରବତା ଆଗାମୀ ଦିନରେ ଏକ ବଡ ଆନେ୍ଦାଳନ ପାଇଁ ଖୋରାକ ଯୋଗାଉଛି  । ସରକାର ଏବେଠାରୁ ସଜାଗ ନ ହେଲେ ଆଗାମୀ ଦିନରେ ଏହା ଏକ ବିସ୍ଫୋରକ ମୋଡ ନେବ ବୋଲି କୁହାଯାଉଛି । ତେଣୁ ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।