କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଗଣଧାରଣା

 ସୋର:  ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବିରେ ବାଲେଶ୍ୱର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆହ୍ୱାନରେ ସୋର ଅଞ୍ଚଳ କମିଟିର ସଭାପତି ଶିକ୍ଷାବିତ ମହେଶ୍ୱର ପଣ୍ଡାଙ୍କ ସଭାପତିତ୍ୱରେ ଏକ ଗଣଧାରଣା ସୋର ବ୍ଲକ ପରିସରରେ ଅନୁଷ୍ଠିତ ହୋଇଛି । ପ୍ରାରମ୍ଭରେ ଜିଲ୍ଲା କମିଟିର ସଭାପତି ଡ.କେଶବ ଚନ୍ଦ୍ର ପଣ୍ଡା ସୂଚନା ଦେଇ ଜିଲ୍ଲାରେ ଗଠିତ ମହାବିଦ୍ୟାଳୟ ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତି ୨୦୨୧ ମସିହା ଠାରୁ ଦୀର୍ଘ ଚାରିବର୍ଷ ଧରି ବାଲେଶ୍ୱର ଜିଲ୍ଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବା ପାଇଁ  ରାଜ୍ୟର ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀଙ୍କ ଠାରେ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର ବାଲେଶ୍ୱର ଜିଲ୍ଲାକୁ ବାଦ୍ ଦେଇ ଅନ୍ୟ ତିନିଗୋଟି ଜିଲ୍ଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଘୋଷଣା କରିବା ପରିତାପର ବିଷୟ । ଓଡିଶାର ଭାତ ହାଣ୍ଡି ଭାବେ ପରିଚିତ ବାଲେଶ୍ୱର ଜିଲ୍ଲାରେ ପ୍ରାୟ ୯୯ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ । ଧାନ, ପାନ, ମୀନ ପାଇଁ ପ୍ରସିଦ୍ଧ ବାଲେଶ୍ୱର ଜିଲ୍ଲାରୁ ତକôାଳୀନ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ କ୍ଷେପଣାସ୍ତ୍ର ଘାଟିକୁ ଲୋକେ ବିରୋଧ କରିବା ଯୋଗୁଁ ସରକାର ସମନ୍ୱିତ କୃଷିକୁ ଅଧିକ ଗୁରୁତ୍ୱ ଦେଇ ଘାଟିକୁ ବନ୍ଦ କଲେ । ମାତ୍ର ବର୍ତ୍ତମାନର ସରକାର ଆମ ଜିଲ୍ଲାର ଦାବି ପ୍ରତି ସୁବିଚାର ନ କରିବାରୁ ଆମେ ଗଣତାନ୍ତ୍ରିକ ଧାରାରେ ଆମର ଦାବି ଉପସ୍ଥାପିତ କରିବା ସହିତ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଆନେ୍ଦାଳନ, ଆବଶ୍ୟକସ୍ଥଳେ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଥିଲେ ।  ଏଥିରେ ସୋର ବିଧାୟକ ମାଧବ ଧଡ଼ା ଯୋଗ ଦେଇ ଦାବିକୁ ସମର୍ଥନ ଜଣାଇବା ସହ ରାଜ୍ୟ ସରକାରଙ୍କ ଠାରେ ଏହି ନ୍ୟାୟୋଚିତ ଦାବିକୁ ଉପସ୍ଥାପନା କରିବାକୁ ଘୋଷଣା କରିଥିଲେ । ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରମାଣିକ, ସୋର ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନୁସୟା ମଳିକ, ଜିଲ୍ଲା ପରିଷଦ ସଦସ୍ୟ ଜୟରାମ ଦାସ, ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସମ୍ପାଦକ ଅଭୟ କୁମାର ମିଶ୍ର, ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଦାବିକୁ ସମର୍ଥନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଗରିକ ମଞ୍ଚର ସଭାପତି ନେତ୍ରାନନ୍ଦ ରାଉତ, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ନବକିଶୋର ଦାସ, ରାଧାନାଥ ପାଠାଗାରର ସମ୍ପାଦକ ଦାମୋଦର ଦାଶ ମହାପାତ୍ର, କେଶବ କବି କୃଷ୍ଣ ପ୍ରସାଦ ବେହେରା ସ୍ମୃତି ପରିଷଦର ସମ୍ପାଦକ ଉଦ୍ଧବ ଚରଣ ବିଶ୍ୱାଳ, କ୍ରିୟାନୁଷ୍ଠାନ କମିଟି ସିମୁଳିଆ ବ୍ଲକ ଶାଖା ସଭାପତି ଗଣନାଥ ସାହୁ, ଖଇରା ବ୍ଲକ ସଭାପତି ସନ୍ତୋଷ ବିଶ୍ୱାଳ, ଔପଦା ବ୍ଲକ ସଭାପତି ଲୋଚନ ବେହେରା, କ୍ରିୟାନୁଷ୍ଠାନ ସମିତି ସୋର ଅଞ୍ଚଳ କମିଟି ସମ୍ପାଦକ ପ୍ରଫୁଲ୍ଲ ଷଡ଼ଙ୍ଗୀ, ମାୟାଧର ନାୟକ, ନିତ୍ୟାନନ୍ଦ କର, ଗଙ୍ଗାଧର ପାଢ଼ୀ, ଅନାମ ପ୍ରସାଦ ବାରିକ, ରବିନ୍ଦ୍ର ନନ୍ଦ, ଡ.ଶରତ ଚନ୍ଦ୍ର ମହାନ୍ତି, ଡ.ଚେମେଇ ଦାସ, ରାକେଶ ଚନ୍ଦ୍ର ମଳିକ, ଗୋଲକ ଚନ୍ଦ୍ର ପାତ୍ର, ସୁରେନ୍ଦ୍ର ବେହେରା, ପଙ୍କଜ କୁମାର ପଣ୍ଡା, ପ୍ରଭୃତି ଯୋଗ ଦେଇ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିକୁ ସମର୍ଥନ ଜଣାଇଥିଲେ । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସୋର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାଥ ନାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଗଣଧାରଣାକୁ ସଫଳ କରିବା ସୋର ବ୍ଲକର ବିଭିନ୍ନ ସ୍ୱୟଂସହାୟିକା ଗୋଷ୍ଠୀରୁ ପ୍ରାୟ ୫୦ଜଣ ସଦସ୍ୟା ଯୋଗ ଦେଇଥିଲେ । ପ୍ରଦୀପ କୁମାର ଦାଶ, ରତିକାନ୍ତ ପଣ୍ଡା, ଶଶିକାନ୍ତ ପଣ୍ଡା ପ୍ରଭୃତି ଏହି ଗଣଧାରଣାକୁ ପରିଚାଳନା କରିଥିଲେ ।