୫-ଟି ସ୍କୁଲରେ କାର୍ଯ୍ୟରତଙ୍କୁ ମିଳିନି ଦରମା
ରାଜନଗର : ରାଜନଗର ବ୍ଲକରେ ଥିବା ହାଇସ୍କୁଲଗୁଡିକରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମିଶନ ଶକ୍ତି ଝାଡୁଦାର ଓ ରାତ୍ରି ଜଗୁଆଳୀମାନେ ନିଯୁକ୍ତି ପାଇଥିଲେ । ସେମାନଙ୍କୁ ୧୦ମାସର ଦରମା ମିଳିନାହିଁ ବୋଲି ରାଜନଗର ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି । ଏହି ବ୍ଲକର ୫-ଟି ଯୋଜନାରେ ସାମିଲ ହୋଇଥିବା ହାଇସ୍କୁଲଗୁଡିକରେ ଯେଉଁଠାରେ ପିଅନ ଓ ରାତ୍ରି ଜଗୁଆଳୀ ନଥିବା ହାଇସ୍କୁଲରେ ମିଶନଶକ୍ତି ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଝାଡୁଦାର ଓ ରାତ୍ରୀ ଜଗୁଆଳୀ ନିଯୁକ୍ତି ଦିଆଯାଇଥିଲା । ଦୀର୍ଘ ୧୦ମାସ ହେବ ସେମାନେ ମାସିକ ଦରମା ପାଇନଥିବାରୁ ସେମାନଙ୍କ ପରିବାର ଦୁଃଖରେ କାଳ କାଟୁଛନ୍ତି । ଏହି ବ୍ଲକର ଅଶୋକ ସ୍ୱାଇଁ, ଲକ୍ଷ୍ମୀଧର ମଳିକ, ଲକ୍ଷ୍ମୀପ୍ରିୟା ମଲିକ, ଗୀତାଞ୍ଜଳୀ ନାୟକ, ବ୍ରଜକିଶୋର ପ୍ରଧାନ, ମାନିନୀ ସ୍ୱାଇଁ, ସୌରଭ ବେହେରା, ପ୍ରେମଲତା ବିଶ୍ୱାଳ, ସାବିତ୍ରୀ ଜେନା ପ୍ରମୁଖଙ୍କ ସହ ୧୭ଟି ହାଇସ୍କୁଲରେ ନିଯୁକ୍ତି ପାଇଥିବା ଝାଡୁଦାର ଓ ରାତ୍ରୀ ଜଗୁଆଳୀମାନେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ବିଡିଓ ଅନିରୁଦ୍ଧ ବେହେରାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।