କୃଷ୍ଣସାର ମୃଗ ସଂଖ୍ୟାରେ ବୃଦ୍ଧି

 ବୁଗୁଡା: ସ୍ଥାନୀୟ ବନ ବିଭାଗ ପକ୍ଷରୁ ଆଜି ବନାଞ୍ଚଳର ବିଭିନ୍ନ ସ୍ଥାନରେ କୃଷ୍ଣସାର ମୃଗ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଛି । ଗତ ଥର ତୁଳନାରେ ଏହା ବୃଦ୍ଧି ପାଇ ୨୭୬୪ରେ ପହଞ୍ଚିଛି । ଗତ ବର୍ଷ ଗଣନା ବେଳେ ଅଣ୍ଡିରା ମୃଗ ୫୨୪ଟି , ମାଈ ମୃଗ ୧୩୩୬ଟି ଓ ଛୁଆ ୩୫୨ଟି ଏପରି ମୋଟ ୨୨୧୨ଟି ରହିଥିଲା  । ତେବେ ଚଳିତ ବର୍ଷ ଗଣନାରେ ଏଥିରେ ବୃଦ୍ଧି ପାଇ ଅଣ୍ଡିରା ୫୩୨, ମାଈ ୧୬୨୩ ଓ ଛୁଆ ୬୦୯ ହିସାବରେ ମୋଟ ୨୭୬୪ଟି କୃଷ୍ଣସାର ମୃଗ ଥିବା ଜଣାପଡ଼ିଛି । ଅର୍ଥାତ୍ ଗତବର୍ଷ ତୁଳନାରେ ଏ ବର୍ଷ  ୫୫୨ଟି ମୃଗ ବୃଦ୍ଧି ପାଇଛନ୍ତି । ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ  ୨୮ଟି ୟୁନିଟ୍ ଗଠନ କରାଯାଇଥିଲା  । ଏଥିରେ ୭୭ ଜଣ ବନ କର୍ମଚାରୀ ନିୟୋଜିତ ଥିଲେ । ଏହି ଗଣନା କାର୍ଯ୍ୟ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା ବେଳେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ଓ ଏସିଏଫ୍ ପ୍ରଦୀପ ବେହେରା ଉକ୍ତ ଗଣନାକାର୍ଯ୍ୟକୁ ନିରୀକ୍ଷଣ କରିଥିଲେ ।