କେନ୍ଦୁଝରରେ କୋଭିଡ ରୋଗୀ ଚିହ୍ନଟ 

 କେନ୍ଦୁଝର:  ରାଜ୍ୟରେ କରୋନା ରୋଗୀ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ, କେନ୍ଦୁଝର ଜିଲ୍ଲାରେ ପ୍ରଥମ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର ସହର ମାଗୁରଗାଡିଆ ଅଞ୍ଚଳର ଜଣେ ୨୪ ବର୍ଷୀୟ ଯୁବକଙ୍କ ଗତ କିଛି ଦିନ ହେବ ଥଣ୍ଡା ଜ୍ୱର ଏବଂ କାଶ ନ କମିବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ କୋଭିଡ ପରୀକ୍ଷା କରାଯାଇଥିଲା । କୋଭିଡ ପରୀକ୍ଷା ପରେ ପଜିଟିଭ ଥିବା ଜଣାପଡିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ହୋମ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସେ ମଧ୍ୟପ୍ରଦେଶରୁ ଫେରିବା ପରେ ଥଣ୍ଡା ଜ୍ୱର ଏବଂ କାଶ କମି ନ ଥିଲା । ରାଜ୍ୟରେ କୋଭିଡ ଆକ୍ରନ୍ତ ସଂଖ୍ୟା ୪୬ରେ ପହଁଚିଛି । ରାଜ୍ୟର ୮ ଜିଲ୍ଲାକୁ କୋଭିଡ ସଂକ୍ରମଣ ବ୍ୟାପିଲାଣି । ସବୁକିଛି ପର୍ଯ୍ୟାପ୍ତ ପରିମାଣର ମହଜୁଦ ରଖିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସିଡିଏମଓ ଡ. କିଶୋର ପୃଷ୍ଟି ସୂଚନା ଦେଇଛନ୍ତି ।