ଶାରଦା କମଳା ସ୍ମୃତି ସଂସଦ ଟ୍ରଷ୍ଟର ବାର୍ଷିକୋତ୍ସବ
ଭଦ୍ରକ : ଭଦ୍ରକ ମୋଟେଲ ଛକ ସ୍ଥିତ କଳ୍ପନା ଦେବୀ ବିଜ୍ଞାନ ଆବାସିକ ସ୍କୁଲ ପରିସରରେ ଶାରଦା କମଳା ସ୍ମୃତି ସଂସଦ ଟ୍ରଷ୍ଟର ତୃତୀୟ ବାର୍ଷିକୋତ୍ସବ ପାଳିତ ହୋଇଛି । ମୁଖ୍ୟଅତିଥି କେଉଁଝର ଜିଲ୍ଲାର ସହକାରୀ ଜିଲ୍ଲାପାଳ ଶେଖର ଚନ୍ଦ୍ର ଜେନା ଏବଂ ମୁଖ୍ୟବକ୍ତା ପ୍ରାଧ୍ୟାପକ ସଂସଦ ସଭାପତି ଅଭୟ ଦାସ ଓ ସମ୍ମାନୀତଅତିଥି ଶୈଳବାଳା ମହିଳା କଲେଜ ଗଣିତ ପ୍ରାଧ୍ୟାପକ ଜିତେନ୍ଦ୍ର ବାରିକ, ଭଦ୍ରକ ନର୍ସିଂ କଲେଜ ନିଦେ୍ର୍ଦଶକ ରାକେଶ ଦାସ କମାରିଆ ହାଇସ୍କୁଲ ପ୍ରଧାନଶିକ୍ଷକ ଭକ୍ତ ବନ୍ଧୁ ପତି ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀ ଶାରଦା ପ୍ରସାଦ ରାୟଙ୍କ ସଂଗ୍ରାମୀ ଭୂମିକା ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରପତି ପୁରସ୍କୃତ ସ୍ୱର୍ଗତ ସ୍ୱାଧୀନତା ସଂଗ୍ରାମୀ ସାରଦା ପ୍ରସାଦ ରାୟଙ୍କ ସ୍ୱପ୍ନ ଥିଲା ଶିକ୍ଷାର ପ୍ରଚାର ଯାହା ତାଙ୍କ ପୁତ୍ର ମହେଶ ରାୟ ସାକାର କରିପାରିଛନ୍ତି ବୋଲି ଅତିଥି ମତବ୍ୟକ୍ତ କରିଛନ୍ତି । +୨ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ପିଲାଙ୍କ ଅଭିଭାବକଙ୍କୁ ସମ୍ବର୍ଦ୍ଧନା ସହିତ ସହକାରୀ ଜିଲ୍ଲାପାଳ ଶେଖର ଚନ୍ଦ୍ର ଜେନାଙ୍କୁ ଶାରଦା ସମ୍ମାନରେ ସମ୍ମାନିତ କରାଯାଇଛି । ଅଧ୍ୟାପକ ଶତୃଘ୍ନ ପତି ଧନ୍ୟବାଦ ଅର୍ପଣ କରିଥିଲେ ।