କେନ୍ଦୁପଦର କଲେଜରେ ଆଲୋଚନାଚକ୍ର

 ଆସିକା:  ଗଞ୍ଜାମ ଜିଲ୍ଲାର ଆସ୍କା ବ୍ଲକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଭାଗରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ୍ ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେ ଉକ୍ତ ଆଲୋଚନାଚକ୍ରକୁ ଉଦ୍ଘାଟନ କରିଥିବାବେଳେ  ଉଦ୍ଭିଦ ବିଜ୍ଞାନ ବିଭାଗର ବିଭାଗ ମୁଖ୍ୟ  ସୁଜାତା ଟେଟେ ଅତିଥି ପରିଚୟ ପ୍ରଦାନ କରିଥିଲେ । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଏସଏସଭିଏମ ଆସିକାର ଅଧ୍ୟକ୍ଷ ଡକ୍ଟର ସୁରେନ୍ଦ୍ର ନାଥ ସାବତ ସାଧନ ଅଧିକାରୀ ରୂପେ ଯୋଗ ଦେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଜସ୍ମିନି କୁମାରୀ ନାୟକ, ଓଡ଼ିଆ ବିଭାଗ ଅଧ୍ୟାପକ ଅଜିତ୍ କୁମାର ମୁଖୀ, ଗଣିତ ବିଭାଗ ଅଧ୍ୟାପକ ଆଲୋକ ପଧାନ, ଗଣିତ ବିଭାଗ ଅଧ୍ୟାପକ ସଚିନ୍ ଜେନା, ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡକ୍ଟର ଜୀବନକୃଷ୍ଣ ଦାସ, ଅଧ୍ୟାପିକା କେ.ସ୍ମିତା ପାତ୍ର, ଅର୍ଥନୀତି ବିଭାଗ ମୁଖ୍ୟ ଉପେନ୍ଦ୍ର ମାଝି ପ୍ରମୁଖ ଯୋଗ ଦେଇ ମାର୍ଗଦର୍ଶନ କରାଇଥିଲେ । ଉଦ୍ଭିଦ ବିଜ୍ଞାନ ବିଭାଗର ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ ଭବାନୀ ରାଣୀ ପାଢ଼ି  ଶୀର୍ଷକ "କ୍ରୋମୋଜୋମ୍ ଗଠନ ଏବଂ ସଂଖ୍ୟାରେ ପରିବର୍ତ୍ତନ’ ବିଷୟରେ ସନ୍ଦର୍ଭ ପାଠ କରିଥିଲେ । ଏହି ଆଲୋଚନାଚକ୍ରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଶେଷରେ ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପିକା କିରନ ଡାକୁଆ ଧନ୍ୟବାଦ୍ ଅର୍ପଣ କରିଥିଲେ ।