କେବେ ଉଠିବ ରାସ୍ତା ମଝିରେ ଥିବା ବିଦୁ୍ୟତ୍ ଖୁଣ୍ଟ?
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ପୌରସଂସ୍ଥା ସାମ୍ନା ପୁରୁଣା ବସଷ୍ଟାଣ୍ଡଠାରୁ ହାଇସ୍କୁଲ ଛକ ପର୍ଯ୍ୟନ୍ତ ଥିବା ମୁଖ୍ୟ ରାସ୍ତା କଡରେ ଟ୍ରେଜେରୀ ଅଫିସ ନିକଟରେ ୨ଟି ବିଦୁ୍ୟତ୍ ଖୁଣ୍ଟ ରାସ୍ତାର ୧୦ ଫୁଟ୍ ଉପରେ ଥିବାରୁ ପ୍ରାୟ ସବୁଦିନ ଟ୍ରାଫିକ ସମସ୍ୟା ଦେଖାଦେଉଛି । ଏହା ସହିତ ଯାତାୟତ କରୁଥିବା ଲୋକମାନେ ସେହି ବିଦୁ୍ୟତ୍ ଖୁଣ୍ଟରେ ବାଡେଇ ହୋଇ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏଥି ସହିତ ଡ୍ରେନ୍ ଉପରେ ବସୁଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ସେଠାରୁ ଉଠାଇ ଦେଲେ ମଧ୍ୟ କୌଣସି ଲାଭ ହୋଉନଥିବା ସାଧାରଣରେ ଆଲୋଚନା ହେଉଛି । ତୁରନ୍ତ ଏହି ରାସ୍ତା ଉପରେ ଥିବା ବିଦୁ୍ୟତ୍ ଖୁଣ୍ଟକୁ ଉଠାଇବା ପାଇଁ ସାଧାରଣରେ ଦାବି ହେଉଛି ।ବାଇକ-କାର ଦୁର୍ଘଟଣା; ଦୁଇ ଗୁରୁତର
ାା ପ୍ରଭାନୁ୍ୟଜ ।ା ସୁକିନ୍ଦା,୨୬ା୧୧: ସୁକିନ୍ଦା-ଡୁବୁରୀ ରାସ୍ତାର ପୁନମ ହୋଟେଲ୍ ସମ୍ମୁଖରେ ଦୁର୍ଘଟଣା ଘଟି ଦୁଇ ଆରୋହୀ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି । ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ପଞ୍ଚାୟତ ଅଧୀନ ଶ୍ରୀରାମପୁର ଗ୍ରାମ କୁଆଁର ଗାଗରାଇଙ୍କ ପୁଅ ବାସୁ (୨୫) ଓ ଗୋପୀନାଥ ପୂର୍ତିଙ୍କ ପୁଅ ଜଗନ୍ନାଥ(୨୬) ସୋମବାର ରାତିରେ ବାଇକ ନେଇ ଡୁବୁରୀ ଯାଉଥିବା ସମୟରେ ପୁନମ୍ ହୋଟେଲ୍ ସମ୍ମୁଖରେ ଏକ କାର ସହ ମୁହାମୁହିଁ ହୋଇଥିଲେ । ଦୁର୍ଘଟଣାରେ ଉଭୟ ବାଇକ୍ ଆରୋହୀ ଗୁରୁତର ହୋଇଥିଲେ । ଅଗ୍ନିଶ୍ରମ ବିଭାଗ ଯୁବକଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ।