କେବେ ଗଡିବ ରୁପ୍ସାରୁ ବାଲେଶ୍ୱର ମେମୁ ଟ୍ରେନ

 ବେତନଟୀ:  ମୟୁରଭଞ୍ଜ ଜିଲ୍ଲାର ବେତତନୀ ଏକ ବ୍ୟବସାୟିକ କ୍ଷେତ୍ରର ପେଣ୍ଡସ୍ଥଳୀ ଭାବରେ ସାର ଓଡ଼ିଶାରେ ଖ୍ୟାତିଲାଭ କରିଛି । ମାତ୍ର ଏହି ଜିଲ୍ଲାର ଚଳପ୍ରଚଳ କରୁଥିବା ବାଲେଶ୍ୱର-ବାଙ୍ଗିରୀପୋଷି ମେମୁ ଲୋକାଲ ଟ୍ରେନ୍ଟି କରୋନା ମହାମାରୀ ପୂର୍ବରୁ ରୁପ୍ସାରୁ ବାଲେଶ୍ୱର ସକାଳ ଘ୯.୩୦ ମି. ସମୟରେ ଯାଉଥିବାବେଳେ ମହାମାରୀ ପର ଠାରୁ ଉକ୍ତ ମେମୁ ଟ୍ରେନଟି ଆଉ ବାଲେଶ୍ୱର ନ ଯାଇ ରୂପସା ଷ୍ଟେସନରେ ଅଟକି ରହି ସେଠାରୁ ବାଙ୍ଗିରୀପୋଷି ଫେରୁଛି । ଏ ନେଇ ବାରମ୍ୱାର ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବି ରେଳବିଭାଗର ନିରବତା କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସମସ୍ତକୁ ଆଶ୍ଚର୍ଯ୍ୟ କରିଛି । ପ୍ରକାଶ ଯେ, ବେତନଟୀର ବିଭିନ୍ନ ଅନୁଷ୍ଠାନ, କଲେଜ, ତହସିଲ, ବ୍ଲକ, ରେଜେଷ୍ଟ୍ରି ଅଫିସ, ଜେଏମଏଫ୍ସି/ ସଭିଲ୍ କୋର୍ଟ, ଆଇଟିଆଇ, କୃଷି ଅଫିସ, ଆର୍ଏସ୍ଡବ୍ଲୁ୍ୟ, ଆର୍ଏମ୍ସି କାର୍ଯ୍ୟାଳୟ, ଉଦ୍ୟାନ କୃଷିଧାନ ଫାଉଣ୍ଡେସନ, ନସିଂ କଲେଜ, ଫାର୍ମାସୀ, ଡି ଫାମି, ବ୍ୟାଙ୍କ,ଏପିଜେ ଅବଦୁଲ କାଲାମ ରେସିଡେନ୍ସିଆଲ କଲେଜ, ଏଣୁ କର୍ମଚାରୀମାନଙ୍କର ଯିବାଆସିବା ସହ ଦୈନିକ ମହିଳା ଓ ପୁରୁଷ ଶ୍ରମିକ ବାଲେଶ୍ୱର, ସୋର, ଭଦ୍ରକ, ମାର୍କଣା ଆଦିକୁ ଯାତାୟତରେ ଘୋର ଅସୁବିଧାର ସମ୍ମୀଖୀନ ହେଉଛନ୍ତି । ଏପରିକି ନିଜ ଲକ୍ଷ୍ୟ ସ୍ଥଳକୁ ଯିବା ପାଇଁ ଲୋକଙ୍କୁ ଅଧିକ ବସ୍ ଭଡା କ୍ଷେତ୍ରରେ ମଧ୍ୟ କ୍ଷତି ସହି ଆସୁଛନ୍ତି । ଏହା ସହିତ ମେମୁ ଟ୍ରେନ ଭୋର ୪ଟାରେ ଭଞ୍ଜପୁରରୁ ରୁପସା ଯାଉଥିବାବେଳେ ବେତନଟୀ ଭଳି ଅମୃତଭାରତ ଷ୍ଟେସନ ମାନ୍ୟତାପ୍ରାପ୍ତ ଥାଇ ମଧ୍ୟ ଭୋର ୪ଟାରେ ଛିଡା ନ ହୋଇ ପରବର୍ତ୍ତୀ ଷ୍ଟେସନରେ ଯୁଗୋଳରେ ଛିଡା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ନେଇ ସ୍ଥାନୀୟ ବାଲେଶ୍ୱର ସାଂସଦଙ୍କୁ ଏ ବିଷୟରେ ଅବଗତ ଥିବା ସତ୍ତ୍ୱେ କାହିଁକି ନିରବତା ଅବଲମ୍ବନ କରୁଛନ୍ତି ? ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାଫଳରେ ଦଣ୍ଡ ଭୋଗୁଛନ୍ତି ଶ୍ରମିକ ଓ ଯାତ୍ରୀଗଣ । ଏବେ ବୃଦ୍ଧିଜୀବୀମହଲରେ ପ୍ରଶ୍ନ ଆସିଛି ଏ ନୀତିନିୟମ ପ୍ରକୃତରେ ରେଳବିଭାଗର ନା ଆଉ କାହାର? ଏଣୁ ରେଳବିଭାଗ ମନ୍ତ୍ରୀ ଓ ବାଲେଶ୍ୱର ସାଂସଦଙ୍କୁ ଏ ବିଷୟ ପ୍ରତି ବ୍ୟକ୍ତିଗତ ଭାବେ ଧ୍ୟାନ ଦେବା ସହ ସର୍ବପ୍ରଥମେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୂର୍ବଭଳି ମେମୁ ଟ୍ରେନଟିକୁ ନିର୍ଦ୍ଧାରିତ ସମୟରେ ରୁପସାରୁ ବାଲେଶ୍ୱରକୁ ଯିବା ଆସିବା କରିବା ସହିତ ଦୈନିକ ସକାଳ ୪ଟୋରେ ବେତନଟୀ ଷ୍ଟେସନରେ ଛିଡ଼ା ହେବା ସହିତ ପୁରୀ ଶାଲିମାର ସ୍ପେଶାଲ ଟ୍ରେନଟିରେ ଅନୁ୍ୟନ ୨ଟି ସାଧାରଣ ବଗି ସଂଯୋଗ କରିବା ସହିତ ଉକ୍ତ ଟ୍ରେନକୁ ନିୟମିତ କରିବାକୁ ବେତନଟୀର ବୁଦ୍ଧୀଜୀବୀ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଗୁହାରୀ କରିଛନ୍ତି ।