କୋଇଲା ପରିବହନ ବେଳେ ପାଲ ଭିଡିବା ପାଇଁ ଦାବି
।ା ପ୍ରଭାନୁ୍ୟଜ ।ା ସାଉଥବଲଣ୍ଡା/ତାଳଚେର: ତାଳଚେରର ବିଭିନ୍ନ କୋଇଲାଖଣି ଏବଂ କୋଲ ୱାସରୀ ଏବଂ ସାଇଡିଂ ଗୁଡ଼ିକରୁ ରେଳ ୱାଗନ ଯୋଗେ କୋଇଲା ପରିବହନବେଳେ ପାଲ ଭିଡିବା ନେଇ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ତାଳଚେର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ପ୍ରକାଶ ଯେ, ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ୨୦୧୭-୧୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଳଚେରର ପରିବେଶ ସୁରକ୍ଷା ଓ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ କୋଇଲା ପରିବହନ କରୁଥିବା ରେଳ ୱାଗନ ଗୁଡିକରେ ପାଲ ଭିଡି ନେବା ନିମନ୍ତେ ନିଦେ୍ର୍ଦଶ ଦେବାକୁ ଜିଲ୍ଲା ପ୍ରଶାସନ, ଏମସିଏଲ ଓ ରେଳ ବିଭାଗକୁ ବାରମ୍ବାର ଅବଗତ କରାଯାଇଛି । ଏ ନେଇ ଗତ ୧୩ ଜାନୁଆରୀ ୨୦୨୧ ମସିହାରେ ଶାନ୍ତିପୂର୍ଣ୍ଣ ଭାବେ ୟୁନିଅନ ପକ୍ଷରୁ ଗଣଧାରଣା ଦିଆଯାଇଥିଲା ମାତ୍ର ଏମସିଏଲ ମିଥ୍ୟା ଅଭିଯୋଗ କରି ୟୁନିୟନ୍ର କର୍ମକର୍ତ୍ତାମାନଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଥିଲେ । ରେଳୱାଗନ ଗୁଡିକ କୋଇଲା ପରିବହନ ବେଳେ ପାଲ ଭିଡି ଯାତାୟତ କରିବାକୁ ଭାରତ ସରକାରଙ୍କର ଜଙ୍ଗଲ ଓ ପରିବେଶ ବିଭାଗ ଗେଜେଟ୍ ନୋଟିଫିକେସନ୍ ଜାରି କରିଛନ୍ତି । ତତ୍କାଳୀନ ରେଳ ଏବଂ କୋଇଲା ମନ୍ତ୍ରୀ ପିୟୁଷ ଗୋଏଲ ସେତେବେଳେ ରେଳ ୱାଗନ ଗୁଡିକରେ ପାଲ ଭିଡି କୋଇଲା ପରିବହନ କରିବାକୁ ନିଦେ୍ର୍ଦଶ କରିଥିଲେ । ତାଳଚେର ଅଞ୍ଚଳକୁ ଛାଡି ଦେଲେ ଅନ୍ୟ ସମସ୍ତ ଅଞ୍ଚଳରୁ ରେଳୱାଗନ ଯୋଗେ ମାଲ ପରିବହନ ବେଳେ ପାଲ ଭିଡା ହୋଇ ଯାଉଥିବାର ଦୃଷ୍ଟିକୁ ଆସିଛି । ମାତ୍ର ତାଳଚେର ଅଞ୍ଚଳରେ କାହିଁକି ଏହି ନିୟମ ପାଳନ କରାଯାଉ ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସମ୍ବନ୍ଧରେ ବରିଷ୍ଠ ନାଗରିକ, ଶ୍ରମିକ ସଂଗଠନ, ରାଜନୀତିକ ସଂଗଠନ ଓ ପରିବେଶବିତ୍ମାନେ ଏମସିଏଲର ଅଧିକାରୀ, ରେଳବିଭାଗ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଇନାହିଁ । ତେବେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରେଳ ୱାଗନଗୁଡ଼ିକ କୋଇଲା ପରିବହନ ବେଳେ ପାଲ ନ ଭିଡ଼ି ଯାତାୟାତ କଲେ ଅକ୍ଟୋବର ୨୦୨୪ ପ୍ରଥମ ସପ୍ତାହରୁ ଅର୍ଥନୈତିକ ଅବରୋଧ କରାଯିବ । ଏଥିପାଇଁ ଏମସିଏଲ କର୍ତ୍ତୃପକ୍ଷ ଏବଂ ରେଲୱେ ବିଭାଗ ଅଧିକାରୀମାନେ ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ସଭାପତି ରାଜକିଶୋର ସାହୁ, ଦିନେଶ କୁମାର ତ୍ରିପାଠୀ, ଗଣପତି ସାହୁ, ପ୍ରଦୀପ କୁମାର ମହାରଣା, ଗଗନ ବିହାରୀ ଦାସ, ବଳରାମ ବେହେରା ଓ ବୀରବର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଏହି ଦାବିପତ୍ରର ଏକାକିତ ନକଲ ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି ।