କୌଶଳଭିତ୍ତିକ ଶିକ୍ଷା ଯୁବକଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବ: ଜିଲ୍ଲାପାଳ

ାା ପ୍ରଭାନୁ୍ୟଜ୍ ।ା ନବରଙ୍ଗପୁର: ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୌଷୟିକ ଶିକ୍ଷା ବିଭାଗର  ନିଦେ୍ର୍ଦଶ ଅନୁଯାୟୀ ଗୁରୁବାର ନବରଙ୍ଗପୁର  ଜିଲ୍ଲା  ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟ ।ଳୟ ତରଫରୁ    ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ  ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଅଧ୍ୟକ୍ଷତା କରି ନିଜର ବକ୍ତବ୍ୟରେ କୌଶଳ ଭିତିକ ଶିକ୍ଷା ଯୁବକ  ଯୁବତୀ ମାନଙ୍କୁ ଆତ୍ମ ନିର୍ଭରଶୀଳ କରି ପାରିବ ବୋଲି  କହିଥିଲେ । ପ୍ରତିଯୋଗିତା ମୂଳକ ଦୁନିଆରେ  ପ୍ରତ୍ୟେକ ଯୁବକ ଯୁବତୀମାନେ କୌଣସି ପ୍ରକାର ଦକ୍ଷତା ମୂଳକ ଶିକ୍ଷା ଗ୍ରହଣ କରି ଜୀବନର ମାନଦଣ୍ଡକୁ ଉନ୍ନତ କରିବା ନିତ୍ୟାନ୍ତ ଜରୁରୀ ବୋଲି  ମତବ୍ୟକ୍ତ କରିଥିଲେ  । ବୈଠକରେ  ଜିଲ୍ଲା  ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଆନନ୍ଦ ଚନ୍ଦ୍ର ପଲାଇ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୌଷୟିକ ଶିକ୍ଷା   ବିଭାଗ   ତଫରୁ ଯୁବକ  ଯୁବତୀ ମାନଙ୍କ ପାଇଁ  ନବରଙ୍ଗପୁର ଜିଲ୍ଲା ରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟ କ୍ରମ  ଉପରେ  ଉପସ୍ଥାପନା କରିଥିଲେ  । ସେହିପରି ବିଭିନ୍ନ ସଂସ୍ଥାର  ମୁଖ୍ୟମାନେ ନିଜ ନିଜ ସହଯୋଗରେ ଯୁବକ  ଯୁବତୀଙ୍କୁ ମାଗଣାରେ ଶିକ୍ଷା ଦେବା ନେଇ ମତ ଉପସ୍ଥାପନା କରିଥିଲେ  । ସମସ୍ତ ନିୟୋଜକ ସଂସ୍ଥା ମାନଙ୍କୁ ଆସନ୍ତା ପାଞ୍ଚ ଦିନ ମଧ୍ୟରେ  ସବିଶେଷ  ବିବରଣୀ ଗୁଡିକୁ ଜିଲ୍ଲା  ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଙ୍କ ନିକଟରେ ଦାଖଲ କରିବା ସହିତ ତୁରନ୍ତ ଜିଲ୍ଲାରେ ଉପରୋକ୍ତ ନିୟୋଜକ ସଂସ୍ଥା ମାନେ କୌଶଳ ଭିତିକ ଶିକ୍ଷା  ପାଇଁ ଯୁବକ  ଯୁବତୀ ମାନଙ୍କୁ ଚିହ୍ନଟ କରିବା ଓ ତାଲିମ କାର୍ଯ୍ୟ କୁ ତୋରାନ୍ୱିତ୍ୱ  କରିବା ପାଇଁ ଜିଲ୍ଲାପାଳ ଶ୍ରୀ ମିଶ୍ର  ନିଦେ୍ର୍ଦଶ ଦେଇଥିଲେ  ।
  ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ,ସୁଧାଂଶୁ ପାତ୍ର , ହଳଧର ନିଆଲ, ସୁରେଶ ପଟ୍ଟନାୟକ,  ଫକିର ଚରଣ ରାଉତ, ବିକ୍ରମ ରାଣା ଓ  ଜିଲ୍ଲାର ସମସ୍ତ ଆଇଟିଆଇ ଓ ପଲିଟେକନିକ ମହାବିଦ୍ୟାଳୟର ଅଧକ୍ଷମାନେ ଯୋଗଦେଇ ଯୁବତୀମାନଙ୍କୁ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିବା ନିମନ୍ତେ ଦକ୍ଷତା ବିକାଶ ଶିକ୍ଷା ଅବଶ୍ୟକତା ନିତ୍ୟାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ  ।