କୌଶଳ ବିକାଶ ପ୍ରଶିକ୍ଷଣ ଉଦ୍ଘାଟିତ 

 ଜଟଣୀ :  ଅନ୍ତର୍ଜାତୀୟ କୌଶଳ ଉନ୍ନୟନ ଏବଂ କ୍ଷମତା ଗଠନରେ ଏକ ଐତିହାସିକ ପଦକ୍ଷେପ ଭାବେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଏବଂ ଜିମ୍ବାବୁଏ ସରକାର ଦ୍ୱାରା ପୃଷ୍ଟପୋଷିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଯାହା ଜିମ୍ବାବୁଏ ସରକାରୀ ଅଧିକାରୀମାନଙ୍କ ପାଇଁ ଅନୁଷ୍ଠିତ ହେଉଛି । ଜିମ୍ବାବୁଏର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତିଙ୍କ କ୍ୟାବିନେଟ୍ କାର୍ଯ୍ୟାଳୟ ଏବଂ ଜାତୀୟ ଛାତ୍ରବୃତ୍ତି ବିଭାଗର ଗୌରବମୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ପ୍ରତିନିଧିମଣ୍ଡଳରେ ଅରେମଣ୍ଡ୍ ମାଚିଙ୍ଗୁରା, କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଡ. ଡବ୍ଲୁ୍ୟ କାଚେରେ, ପ୍ରଧାନ ନିଦେ୍ର୍ଦଶକ ପି. ମାନ୍ୟାଙ୍ଗେ, ନିଦେ୍ର୍ଦଶକ ପି. ହୋବ୍ୱାନି, ଚାନ୍ସେରୀ ମୁଖ୍ୟ ଡେଭିସନ୍ ମାକା, ବ୍ୟବସ୍ଥାପନ ନିଦେ୍ର୍ଦଶକ ସ୍ଟିଫେନ୍ ମାଭୁରା ପ୍ରମୁଖ ରହିଥିଲେ । ବ୍ରହ୍ମ କୁମାର ଜିମ୍ବାବୁଏରେ ଭାରତର ରାଜଦୁତ ଏହି ଐତିହାସିକ ସହଯୋଗର ସମର୍ଥନ ଏବଂ ସୁବ୍ୟବସ୍ଥା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୭୧ ଜିମ୍ବାବୁଏ ସରକାରୀ ଅଧିକାରୀ ପ୍ରଶିକ୍ଷଣ ଗ୍ରହଣ କରୁଥିବା ବେଳେ, ଏହି କାର୍ଯ୍ୟକ୍ରମ ଆଗାମୀ ଦୁଇ ବର୍ଷରେ ୨,୦୦୦ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ଲକ୍ଷ୍ୟ ରଖିଛି । ଏହି ପ୍ରୟାସ ଶକ୍ତି, ଇଲେକ୍ଟ୍ରିକ୍ ଯାନ ଓ ଯାନଚାଳନ, ପୋଷାକ ଓ ବସ୍ତ୍ର, ଏବଂ କୃଷି ଭଳି କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବାକୁ ନିଦେ୍ର୍ଦଶିତ ଅଟେ, ଯାହା ଜିମ୍ବାବୁଏର ସ୍ଥିର ଅର୍ଥନୈତିକୁ ଗୈତିଶୀଳ କରିବ । ରାଜ୍ୟମନ୍ତ୍ରୀ, ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ପ୍ରଯୁକ୍ତିମୂଳକ ଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ । ବିଶ୍ୱବିଦ୍ୟାଳୟ ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର , କୁଲପତି ଡ. ସୁପ୍ରିୟା ପଟ୍ଟନାୟକ, ପ୍ରୋ କୁଳପତି ଅଜୟ ନାୟକ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।