କ୍ରସର ବନ୍ଦକୁ ନେଇ ବଢୁଛି ଅସନ୍ତୋଷ ଭିନ୍ନ ଏକ ଶିଳ୍ପ ସଂଘ ପାଇଁ ମାଲିକ ହେଲେଣି ସଜବାଜ
ାା ପ୍ରଭାନୁ୍ୟଜ୍ ।ା ଖୋର୍ଦ୍ଧା:ଖୋର୍ଦ୍ଧା ରେ କ୍ରସର ଶିଳ୍ପ ଉପରେ ନିର୍ଭର କରି ଚଳୁଛନ୍ତି ୫୦ହଜାର ରୁ ଉର୍ଦ୍ଧ୍ୱ ଲୋକ । କେବଳ ଖୋର୍ଦ୍ଧା ନୁହେଁ ଆଖପାଖ ଜିଲ୍ଲାର ବହୁ ଲୋକ କ୍ରସର ଶିଳ୍ପ ଯୋଗୁ ଦିନକୁ ଦିଓଳା ଖାଇବାକୁ ପାଆନ୍ତି । ମାତ୍ର ଆଂଚଳିକ କ୍ରସର ମାଲିକ ସଂଘ ର ମନମୁଖୀ କାର୍ଯ୍ୟ ଯୋଗୁ କ୍ରସର ମାଲିକଙ୍କ ମଧ୍ୟରେ ଅସାନ୍ତୋଷ କୁହୁଳୁଛି । ଆଞ୍ଚଳିକ କ୍ରସର୍ ମାଲିକ୍ ସଂଘ ର ମନମାନି ଯୋଗୁୂ ବିଭିନ୍ନ କାରଣ ଦର୍ଶାଇ ବର୍ଷକୁ ୬ମାସ କ୍ରସର ଶିଳ୍ପ ବନ୍ଦ କରିବା ଘଟଣାକୁ ସହଜରେ ହଜମ କରିପାରୁନାହାନ୍ତି ମେଗା କ୍ରସର ଶିଳ୍ପ ର ମାଲିକ ଓ କର୍ମଚାରୀ । ଏହା ସୁନାଖଳା ଓ ଭାପୁର ଅଂଚଳର କିଛି କ୍ରସର ମାଲିକଙ୍କୁ ସହଯୋଗ ପାଇଁ ସଂଘ ଏଭଳି ନିଷ୍ପତି ନେଉଥିବା ସ୍ଥାନୀୟ ଅଂଚଳର କିୀଛି କ୍ରସର ମାଲିକ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ଯଦି କ୍ରସର ମାଲିକଙ୍କ କଥା ସତ୍ୟ ହୁଏ ତେବେ ଏହା କେତେଦୂର ଠିକ ତାହା ବିଚାରେ ଯୋଗ୍ୟ । ଆଞ୍ଚଳିକ କ୍ରସର୍ ମାଲିକ୍ ସଂଘ ତାପଙ୍ଗ ରେ ୧୪ ଟି ଜୋନ ର କ୍ରସର ମାଲିକ ରହିଛନ୍ତି । ସଂଘ ପକ୍ଷରୁ ଶୁକ୍ରବାର ସଂଘ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ର ହଜର ହଜାର ପରିବାର ତଥା ଶ୍ରମଜୀବୀଙ୍କ ନିତିଦିନିଆ ଜୀବନ ଜୀବିକା କୁ ଧ୍ୱଂସାଭିମୂଖି ପରିସ୍ଥିତରୁ ରକ୍ଷା କରିବା ନିମନ୍ତେ କ୍ରସର ମାଲିକ୍ ସଂଘର ସାଧାରଣ ସଭା ବୈଠକ ରେ ସର୍ବସମ୍ମତି କ୍ରମେ ହୋଇଥିବା ନିଷ୍ପତିକୁ ସମ୍ପୂର୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ଯଥା ସ୍ପଲ ଯୋଗାଣ ଓ, ଣ ଫର୍ମ ଯୋଗାଣ ର ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ଶୁକ୍ରବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ କ୍ରସର ବନ୍ଦ୍ ଓ ସ୍ପଲ କିଣା ବନ୍ଦ୍ ରଖିବା ପାଇଁ କ୍ରସର ମାଲିକଙ୍କୁ କୁହାଯାଇଥିଲା । ମାତ୍ର ସଂଘର ଏଭଳି ମନମୁଖୀ କାର୍ଯ୍ୟ କୁ ଖୋଲାଖୋଲି ବିରୋଧ କରିଥିଲେ କିଛ କ୍ରସର ମାଲିକ । ଯଦି ଏଭଳି ଚାଲେ ତେବେ ଋଣକରି କ୍ରସର ଶିଳ୍ପ, ଗାଡି, ମେସିନ କରିଥିବା ମାଲିକଙ୍କ ଅବସ୍ଥା କଣ ହେବ ବୋଲି ସେମାନେ ପ୍ରଶ୍ନ କରିଥିଲେ । କିସ୍ତି ନଦେଲେ ବ୍ୟାଙ୍କ କର୍ତୁପକ୍ଷ ଆସି ମେସିନ, ଗାଡି କୁ ଜବତ କଲେ ସଂଘ ପଠି ଦେଖାଇବ କି ବୋଲି କିଛି କ୍ରସର ମାଲିକ ପ୍ରଶ୍ନ କରିଥିଲେ । ତେବେ ସଂଘ ବୈଠକରେ ଏଭଳି ହୋ ହାଲା ଯୋଗୁ କୌଣସି ନିଷ୍ପତି ହୋଇନଥିଲେ ମଧ୍ୟ ମେଗା କ୍ରସର ମାଲିକଙ୍କ ମଧ୍ୟରେ ସଂଘର କାର୍ଯ୍ୟକୁ ନେଇ ଅସନ୍ତୋଷ ବଢୁଛି । ସେହିପରି ସଂଘ ଆରମ୍ଭ ରୁ କାର୍ଯ୍ୟକାରୀ ସଭାପତି ଓ ସମ୍ପାଦକ ପରିବର୍ତ୍ତନ ନହେବା ଘଟଣା ଏବେ ସଂଘର ସ୍ୱଛତା ପ୍ରତି ଅଙ୍ଗୁଳି ର୍ନିେଶ କରିଛି । ସଂଘ ଭିତରେ ରାଜନୀତି କରଣ ଚାଲୁଥିବା କିଛି ମାଲିକ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ତେଣୁ ମେଗା କ୍ରସର ମାଲିକ ମାନେ ଏକାଠି ହୋଇ ଅନ୍ୟ ଏକ ସଂଘ ଗଠନ କରିବା ନିମନ୍ତେ ନିଷ୍ପତି ନେଉଥିବା ବିଶେଷ ସୂତ୍ରରୁ ଜଣାପଡିଛି ।