କ୍ରାନ୍ତି ଜ୍ୟୋତି ସାବିତ୍ରୀ ବାଇ ଫୁଲେଙ୍କ ଜୟନ୍ତୀ ପାଳିତ
ବଲାଙ୍ଗୀର: ଜାନୁଆରୀ ସ୍ଥାନୀୟ ଓବିସି ମଞ୍ଚ କାର୍ଯ୍ୟାଳୟ ରାଜେନ୍ଦ୍ର ପଡ଼ା ବଲାଙ୍ଗୀର ଠାରେ କ୍ରାନ୍ତି ଜ୍ୟୋତି ସାବିତ୍ରୀ ବାଇ ଫୁଲେ ଙ୍କ ୧୯୫ତମ ଜୟନ୍ତୀ ନବସେତୁ ମାସିକ ପତ୍ରିକା ଆନୁକୁଲ୍ୟରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ବିଶିଷ୍ଟ ଶ୍ରମିକ ନେତା ଶମ୍ଭୁ ନାଗ, ସମ୍ମାନିତ ଅତିଥି,ଦଶପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ପୁରବୀ ବାଗ,ଆଶା ସଙ୍ଘ ସଭାନେତ୍ରୀ ମମତା କଚ୍ଛପ, ଦଲିତ ଶିକ୍ଷକ ସଂଘ ସଭାପତି ବସୁଦେବ ମୁଗ୍ରୀ, ବିଶିଷ୍ଟ ସମାଜସେବୀ ରୁପାଲୀ ମହାନନ୍ଦ, ନବସେତୁ ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ବିଶ୍ୱାଳ,ପ୍ରକାଶକ ପ୍ରଦେଶୀ ବିଶ୍ୱାଲ, କୁଲତା ସମାଜ ସଭାପତି ଇଂ .ବେଲାର ସିଂ ଭୋଇ,ଓବିସି ମଞ୍ଚ ରାଜ୍ୟ ସଭାପତି ଶଙ୍କର ପାତ୍ର, ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶିଶୁ କଣ୍ଠଶିଳ୍ପୀ ଡୁଲେଶ୍ୱରୀ ଛତ୍ରୀଆ, ମଞ୍ଜରୀ ପଟେଲ,ସୁବାସୀନି ସାହୁ, ପ୍ରିୟଙ୍କା ନାଗ,ସେବତୀ ଧରୁଆ, ସଞ୍ଜୟ ଦୀପ ପ୍ରମୁଖ ଙ୍କୁ ମାନପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ଅନାନ୍ୟ ବକ୍ତା ଲେଖକ ଭବାନୀ ଶଙ୍କର ପଟେଲ, ଟଙ୍କଧର ଗଡତ୍ୟା,ଶୁସିଲ ଛତ୍ରୀଆ,ତରଣୀ ସେନ ଦୀପ ସାବୀତ୍ର ବାଇ ଙ୍କ ଜୀବନ ଦର୍ଶନ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାରେ, ତ୍ରିଲୋଚନ ନନ୍ଦ,ମଧୁ ଖେତୀ, କ୍ରାନ୍ତି ଲାଲ ମୁଗ୍ରୀ, ସିତାରାମ କୁମ୍ଭାର, ଜ୍ୟୋତିଷ ମୁଗ୍ରୀ, ସବିତା ନନ୍ଦ,ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
