କ୍ରୋମାଇଟ୍ ଲୁଟ୍ ଘଟଣା  : ୫ ଦିନ ପରେବି ବନ ଓ ଖଣି ବିଭାଗ ହାତ ଖାଲି

କାଳିଆପାଣି : ପାଞ୍ଚଦିନ ବିତିଲା ହେଲେ କ୍ରୋମାଇଟ ଲୁଟ ଘଟଣାରେ ଖଣି ଓ ବିଭାଗର ହାତଖାଲି ରହିଛି । ଓଡିଶା ଖଣି ନିଗମ ଅଧିନ କ୍ରୋମାଇଟ ବ୍ଲକ-୧, ଭୀମଟାଙ୍ଗର ଖଣିରୁ ଗତ ୨୮ତାରିଖ ଭୋର ସମୟରେ କ୍ରୋମାଇଟ ଚୋରି ଧରା ପଡିଥିଲା । ଦୀର୍ଘ ୧ ବର୍ଷଧରି ଚାଲିଥିବା ଏହି କ୍ରୋମାଇଟ ଚୋରି ରାକେଟର ମୂଳମଞ୍ଜି ପାଖରେ ବନ ବିଭାଗ କି ଖଣି ବିଭାଗ ପାଖରେ ପହଁଚିନି ।  ଗତ ୨୭ତାରିଖ ରାତିରେ ରାଷୋଳ ରେଞ୍ଜର ବନପାଳ ରାମ ତିରିଆଙ୍କ ଆକ୍ସନ ଫଳରେ କଲରଙ୍ଗୀ କ୍ରୋମାଇଟ ଖଣିରୁ ଚୋରି ହୋଇ ବୋଝେଇ ହୋଇଥିବା ଗୋଟିଏ ହାଇବା ଏବଂ ଏକ ଜେସିବି ଲୋଡ଼ିଂ ମେସିନକୁ ଜବଦ କରାଯାଇଥିଲା । ବନପାଳ ଶ୍ରୀ ରାମ ତିରିଆଙ୍କ ଏତେଲା କ୍ରମେ କେସ ନଂ ୪/୨୦୨୫-୨୦୨୬ ରୁଜୁ କରିଛି । ପ୍ରାୟ ୪୦ ଟନ ଓଜନର ବୋଝେଇ ହୋଇଥିବା ହାଇବା ଏବଂ ଜେସିବିକୁ ବାଜ୍ୟାପ୍ତି ଧାରା-୫୬ ସହ ବନ ସଂରକ୍ଷଣ ଆଇ(୧୯୭ ୧)ର ଟିଟି ରୁଲ ୪, ୧ ୨, ୧ ୪ ଓ ୨୧ ଧାରା ଲଗାଯାଇଛି । କିନ୍ତୁ ଦୁର୍ଭାଗ୍ୟର କଥା ଆଜକୁ ୫ ଦିନ ବିତିଯାଇଥିଲେ ସୁଦ୍ଧା ବନ ବିଭାଗ ଗାଡି ମାଲିକଙ୍କ ଠିକଣା ମଧ୍ୟ ଖୋଜିବାକୁ ସକ୍ଷମ ହୋଇନାହିଁ । ବନପାଳ ଶ୍ରୀ ତିରିୟାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଆମେ କେବଳ ଗୋଟିଏ ଗାଡିର ନନ ଅଫିସିଆଲ ନାମ ପାଇବାରେ ସକ୍ଷମ ହୋଇଛୁ କିନ୍ତୁ ପ୍ରକୃତ ଆସାମୀ ଆଉ କିଛିଦିନ ମଧ୍ୟରେ ଜଣା ପଡିବ । ହେଲେ ଜେସିବି ମେସିନର ମାଲିକ କଟକ ଆରଟିଓ କହି ପାରିବେ ବୋଲି ଶ୍ରୀ ତିରିଆ କହିଛନ୍ତି । ଏଣେ ଗଳା ସୂତ୍ରରୁ ଜଣା ପଡିଛି ଯେ ସୁକିନ୍ଦା ରେଞ୍ଜର ଠାରେ ଜବଦ ଗାଡି ଦୁଇଟିକୁ ଖସେଇ ନେବାକୁ ଉଚ୍ଚା ଦରର ମୁଲଚାଲ ଆରମ୍ଭ କରିଦେଇଛନ୍ତି ।