କ୍ୟାଣ୍ଡେଲ ଶୋଭାଯାତ୍ରା ସହ ଶ୍ରଦ୍ଧାଞ୍ଜଳି
ତାଳଚେର: ଜାମ୍ମୁକଶ୍ମୀର ପହଲଗାମ୍ ଠାରେ ପ୍ରାୟଜିତ ଆତଙ୍କବାଦୀଙ୍କ ଆକ୍ରମଣରେ ଆମଦେଶ ଏବଂ ଆମ ଓଡ଼ିଶା ବାଲେଶ୍ୱର ଅଂଚଳର ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ଉଦେ୍ଦଶ୍ୟରେ ତାଳଚେର କଂଗ୍ରେସ ପକ୍ଷରୁ ଫାଷ୍ଟ ଗେଟ୍ରେ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ତାଳଚେର ବ୍ରାହ୍ମଣୀନଦୀ କୂଳରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ପଂହଚି ଦୀପଦାନ କରିବା ସମସ୍ତଙ୍କ ଉଦେ୍ଦଶ୍ୟରେ ଆତ୍ମାର ସଦ୍ଗତି କାମନା ନିମନ୍ତେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ତାଳଚେର କଂଗ୍ରେସ ପକ୍ଷରୁ କେଶବ ଭୂତିଆ, ବଜରଙ୍ଗ ଅଗ୍ରୱାଲା ସଂଗ୍ରାମ କେଶରୀ କୁଅଁର, ସନ୍ତୋଷ ମହାରଣା, ମୁକେଶ ଅଗ୍ରୱାଲ, ଗୌତମ୍ ବେହେରା, ଗଣପତି ସାହୁ, ଦିଲ୍ଲୀପ ମହାପାତ୍ର, ନାରଣ ମହାରଣା, ସୌମ୍ୟ ସଞ୍ଜୀବ ମିଶ୍ର, ସଞ୍ଜୀବ ନାଏକ, ବାର୍କଟୁଡୁ ଖାଁ, ସନ୍ତୋଷ ମହାପାତ୍ର, ପ୍ରତାପ ପରିଡ଼ା, ଅରୁଣ ବେହେରା, ଭାଗିରଥି ନାୟକ ପ୍ରମୁଖ ଉପସ୍ଥିତଥିଲେ ।