ଖଡିଆଳ ମହାବିଦ୍ୟାଳୟ ପରୀକ୍ଷା ଫଳ ପ୍ରକାଶିତ
ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରୀକ୍ଷା ଫଳ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରକାଶିତ ହୋଇଛି । ପରୀକ୍ଷା ନିୟନ୍ତ୍ରକ ସୁନିଲ କୁମାର ପାଢ଼ୀଙ୍କ ସମେତ ସମସ୍ତ ପରୀକ୍ଷା ନିୟନ୍ତ୍ରକ କମିଟି ଯଥା ଅଧ୍ୟାପକ ରାଜ କୁମାର ରତେ, ଅଧ୍ୟାପକ ଶୁଭେନ୍ଦୁ ନିଆଲ, ଅଧ୍ୟାପକ ସୂର୍ଯ୍ୟକାନ୍ତ ଠାକୁର, ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂ, ଛାତ୍ର କଲ୍ୟାଣ ଅଧିକାରୀ ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ଡ଼ କ୍ୟାପଟେନ ବିଷ୍ଣୁ ଦେବ ସିଂ ମଲ୍ଲିକ, ଅଧ୍ୟାପକ ଗୁଣବନ୍ତ ସାହୁ, ଆଶୁତୋଷ ଯୋଶୀ, ଅକ୍ଷୟ ଦାଶ, ରାଜ କିଶୋର ତମ୍ବା, ମୋହିତ ଅଦା ପ୍ରମୁଖଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ପରୀକ୍ଷାର ମାତ୍ର ୩୬ ଦିନରେ ପରୀକ୍ଷା ଫଳ ପ୍ରକାଶନ କରିବା ଏକ ନିହାତି ଭାବରେ କାର୍ଯ୍ୟଦକ୍ଷତାକୁ ଦର୍ଶାଇଥାଏ । ସ୍ନାତକରେ ପାସ ହାର ୭୫% ପ୍ରତିଶତ ରହିଥିବା ବେଳେ କଳା ବିଭାଗରେ ୭୫.୯% ପ୍ରତିଶତ, ବିଜ୍ଞାନ ବିଭାଗରେ ୭୦.୬, ଏବଂ ବାଣିଜ୍ୟ ବିଭାଗ ରେ ୬୫.୯% ପ୍ରତିଶତ ପାସ ହାର ରହିଛି । ସେହିପରି ସ୍ନାତକୋତ୍ତର ରେ ପାସ୍ ହାର ୯୮.୭୪% ପ୍ରତିଶତ ରହିଅଛି । ହିନ୍ଦୀ, ଓଡ଼ିଆ ଏବଂ ରାଜନୀତି ବିଜ୍ଞାନ ରେ ହଁ୧୦୦% ଶତ ପ୍ରତିଶତ ଫଳାଫଳ ହୋଇଥିବା ବେଳେ ରସାୟନ ବିଜ୍ଞାନରେ ୯୬% ପ୍ରତିଶତ ପାସ ହାର ରହିଛି । ସ୍ନାତକୋତ୍ତର କ୍ଷେତ୍ରରେ ୪ ଜଣ ଛାତ୍ରୀ ଟପର ହେବା ମହାବିଦ୍ୟାଳୟ ପାଇଁ ଗୌରବର ବିଷୟ ଅଟେ । ମହାବିଦ୍ୟାଳୟ ସ୍ତରରେ ବାଣିଜ୍ୟ ବିଭାଗର ଛାତ୍ରୀ ରିୟା ସାହୁ ୯.୩୮ ଶତକଡା ମାର୍କ ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ବେଳେ ବିଜ୍ଞାନ ବିଭାଗ ରେ ଗୁଡ଼ଡି ମେହେର ୯.୧୯ ଶତକଡା ମାର୍କ ଏବଂ କଳା କ୍ଷେତ୍ରରେ ହିମାଳୟ ଶବର ୮.୮ ଶତକଡା ମାର୍କ ରଖି ଉତ୍ତମ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଏହି ଫଳାଫଳ ପ୍ରକାଶନ ସମୟରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ସହଯୋଗୀ କର୍ମଚାରୀ ତଥା ଖଡ଼ିଆଳର ସମସ୍ତ ସାମ୍ବାଦିକ ଯୋଗ ଦେଇ ଅଧ୍ୟକ୍ଷ ଏବଂ ପରୀକ୍ଷା ନିୟନ୍ତ୍ରକ ବିଭାଗର ତତ୍ପରତା ନିମନ୍ତେ ସାଧୁବାଦ ଜଣାଇଥିଲେ ।