ଖରିଫ ଋତୁ ଜଳସେଚନ ପାଇଁ ଖୋଲିଲା ତିଖାଲି ଡ୍ୟାମ୍ ମୁଖ୍ୟ କେନାଲ
ନୂଆପଡା : ଖରିଫ ଋତୁରେ ଜଳସେଚନ ପାଇଁ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମ ପକ୍ଷରୁ ବିଧିବଦ୍ଧ ପୂଜାର୍ଚ୍ଚନା ପରେ ବାମ ପାର୍ଶ୍ୱ ମୁଖ୍ୟ କେନାଲରେ ସକାଳ ୮ଘଟିକା ସମୟରେ ଜଳ ଛଡାଯାଇଯାଛି । ଏହି କାର୍ଯ୍ୟକ୍ରମରେ ଅଧିକ୍ଷଣ ଯନ୍ତ୍ରୀ କେନାଲ ବିଭାଜନ ଖଡ଼ିଆଳ ସୌମ୍ୟ କିଶୋର ଜୟପୁରୀୟା, ସହକାରୀ ନିର୍ବାହୀଯନ୍ତ୍ରୀ ସୌରଭ କୁମାର ଦାସ, ନିର୍ବାହୀଯନ୍ତ୍ରୀ ବାନୀ ଛତ୍ରୀୟା, ସହକାରୀ ନିର୍ବାହୀଯନ୍ତ୍ରୀ ମନୋଜ କୁମାର ଦାସ, କନିଷ୍ଠଯନ୍ତ୍ରୀ ଅମିତ କୁମାର ରାମ, ମା’ ରକ୍ତାମ୍ବରୀ ଡିଷ୍ଟ୍ରିବୁଟାରୀ କମିଟି ସଭାପତି ମନୋଜ ପଟ୍ଟନାୟକ, ସମ୍ପାଦକ ଦୁଷ୍ମନ୍ତ ବେହେରା, ଭୂପେନ୍ଦ୍ର ମହାରଥୀ ତଥା ଅନ୍ୟମାନଙ୍କ ଉପସ୍ଥିତିରେ ବାମ ପାର୍ଶ୍ୱ ମୁଖ୍ୟ କେନାଲର ଫାଟକ ଖୋଲାଯାଇ ଜଳଯୋଗାଣ ଆରମ୍ଭ କରାଯାଇଥିଲା । ଏହି ଜଳଯୋଗାଣ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଉପଲବ୍ଧ ହେବ ବୋଲି ଜଣାପଡିଛି ।