ଖ୍ରୀଷ୍ଟ କଲେଜର ବାର୍ଷିକ ଉସବ

 କଟକ : ଖ୍ରୀଷ୍ଟ କଲେଜ ବିଜ୍ଞାନ ସୋସାଇଟିର ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ମଧୁମିତା ପାତ୍ର ଉସôବକୁ ଉଦଘାଟନ କରି ସାଂପ୍ରତିକ ସମୟରେ ବିଜ୍ଞାନର ଅଗ୍ରଗତି ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ଆଚାର୍ଯ୍ୟ ହରିହର କର୍କଟରୋଗ ଗବେଷଣା ପ୍ରତିଷ୍ଠାନର ପ୍ରଫେସର ପ୍ରଶାନ୍ତ ପରିଡ଼ା ଯୋଗ ଦେଇଥିଲେ । କର୍କଟରୋଗର କାରଣ ଓ ନିରାକରଣ ସଂପର୍କରେ ସବିଶେଷ ତଥ୍ୟ ଡାକ୍ତର ପରିଡ଼ା ଉପସ୍ଥାପନା କରିଥିଲେ । ସମ୍ମାନୀତ ବକ୍ତାଭାବେ ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ଦେବାଶିଷ ମହାପାତ୍ର ଯୋଗ ଦେଇ ଷ୍ଟାର ଲିଙ୍କ ଇଣ୍ଟରନେଟ ପ୍ରଣାଳୀ ବିଷୟରେ ବକ୍ତୃତା ପ୍ରଦାନ କରିଥିଲେ । ବିଜ୍ଞାନ ସୋସାଇଟିର ଆବାହକ ଡ ଆଲୋକ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଡ ଆନନ୍ଦିନୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଡ ଶ୍ୱାତୀ ମହାନ୍ତି, ଅଧ୍ୟାପିକା ମିତାଞ୍ଜଳୀ ଜେଠୀ, ଅଧ୍ୟାପିକା ରଚିତା ସାନ୍ତରା, ଅଧ୍ୟାପକ ସତ୍ୟବ୍ରତ ମିଶ୍ର ଓ ଅଧ୍ୟାପକ ସୁବାଶିଷ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।