ଖ୍ରୀଷ୍ଟ କଲେଜର ବାର୍ଷିକ କ୍ରୀଡା ଉତ୍ସବ
କଟକ: ଖ୍ରୀଷ୍ଟ କଲେଜର ଖେଳ ପଡ଼ିଆରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୨ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଅଧ୍ୟକ୍ଷା ମଧୁମିତା ପାତ୍ର ଉଦ୍ଘାଟନ କରିଥିଲେ । ୨ ଦିନ ଧରି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର କୃତିତ୍ୱ ପାଇଁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଛାତ୍ରୀମାନଙ୍କ ମଧ୍ୟରେ ସୁଭଦ୍ରା ମହାରଣା ଓ ଛାତ୍ରମାନଙ୍କ ମଧ୍ୟରେ ଯଜ୍ଞଜ୍ୟୋତି ମହନ୍ତ ଚାମ୍ପିଅନ ହୋଇଥିଲେ । ପରିଚାଳନା ସମିତିର ସଭାପତି ଅନୁପ ପାତ୍ର ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର କୃତିତ୍ୱ ପାଇଁ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ । ପରିଚାଳନା ସମିତିର ସଂପାଦକ ସୁବାଶିଷ ସାହୁ, ସଦସ୍ୟ ସୌମେନ୍ଦ୍ର ଦାସ, ପ୍ରଦୀପ୍ତ ଚୌଧୁରୀ, ଉପାଧ୍ୟକ୍ଷା ଡ କ୍ଷଣପ୍ରଭା ନନ୍ଦଙ୍କ ସମେତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଏବଂ କର୍ମଚାରୀମାନେ ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କର କ୍ରୀଡ଼ା ପ୍ରଦର୍ଶନକୁ ଉସôାହିତ କରିଥିଲେ । କ୍ରୀଡ଼ା ପରିଷଦର ଉପସଭାପତି ପ୍ରାଧ୍ୟାପକ ଶୋଭନ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପିକା ଜିତା ରାୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କ୍ରୀଡ଼ା ପରିଷଦର ସଦସ୍ୟ ଅଧ୍ୟାପକ ଡ ପ୍ରଦୁ୍ୟମ୍ନ ଦାସ, କ୍ରୀଡ଼ା ଶିକ୍ଷକ ଶୁଭମ ସାହୁ, ସାଗରଜିତ ଭଟ୍ଟାଚାର୍ଯ୍ୟ, ଡ ଅଶୋକ ସାହୁ, ଡ. କବିତା ଜେନା, ଡ ଅଭିଜିତ ଷଡଙ୍ଗୀ, ବିଭୂ ପ୍ରସାଦ ମହାପାତ୍ର, ମର୍ଦରାଜ ପଣ୍ଡା, ଅଜିତେଶ ସାମଲ, ସୌମ୍ୟ ରଂଜନ ମହାନ୍ତି ପ୍ରମୁଖ କ୍ରୀଡ଼ା ଉତ୍ସବକୁ ପରିଚାଳନା କରିଥିଲେ । ଶେଷରେ ଡ. ଜୋହରା ଜବିନ ଧନ୍ୟବାଦ ଅର୍ପଣ କରିଥିଲେ ।