‘ଗଛ ବଞ୍ଚିଲେ, ପୃଥିବୀ ତିଷ୍ଠିବ’

 ଚମ୍ପୁଆ: ଚମ୍ପୁଆ ତାଲୁକ ଆଇନ ସେବା ପ୍ରାଧିକରଣ କମିଟି ପକ୍ଷରୁ  ସ୍ଥାନୀୟ ମହତାବ ହାଇସ୍କୁଲ ପରିସରରେ ୭୬ ତମ ବନମହୋସôବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚମ୍ପୁଆ ଜିଲ୍ଲା ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣ କମିଟିର ଅଧ୍ୟକ୍ଷ ପ୍ରଣୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସଡ଼ିଜେଏମ୍ ଦୀପକ କୁମାର ସାଠୁଆ, ଜେଏମଏଫସି ସୁସ୍ମିତା ମିଶ୍ର,ଏସିଏଫ ତଥା ଚମ୍ପୁଆ ବନ୍ୟାଞ୍ଚଳ ଅଧିକାରୀ ଅକ୍ଷୟ କୁମାର ଛତ୍ରିଆ , ଫରେଷ୍ଟର ଜ୍ୟୋତିରୂପା ପାଣି, ମହତାବ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ଗୁଇଁ,ବାର ସଭାପତି ରମେଶ ପ୍ରଧାନ, ଫ୍ରଣ୍ଟ ଲାଇନ୍ ରିଟେନର ସୁଚିସ୍ମିତା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଗଛ ବଞ୍ଚିଲେ, ପୃଥିବୀ ତିଷ୍ଠିବ ବୋଲି ଅତିଥି ମାନେ କହିଥିଲେ  । ଏହି ଅବସରରେ ବିଦ୍ୟାଳୟ ପରିସରରେ ୧୦୦ରୁ ଉର୍ଦ୍ଧ୍ୱ ଆମ୍ବ,ପଣସ, ଅଁଳା, ଅମୃତଭଣ୍ଡା, କାଜୁ,ସୁଦ୍ଧା ଆଦି ଚାରାଗଛ ଲଗାଯାଇଥିଲା । ଆଇନ ସେବା ପ୍ରାଧିକରଣ କମିଟିର ସହାୟକ ଅବଦୁଲ ସୁରଜ୍ ଖାନ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।