ଗଞ୍ଜାମ ପୁଲିସ ଜିଲାରେ ଅପରେସନ ଅନ୍ୱେଷଣ :୫ ଦିନରେ ୧୧୫ ମହିଳା ଓ ଶିଶୁ ଉଦ୍ଧାର

 ଛତ୍ରପୁର: ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକଙ୍କ ନିଦେ୍ର୍ଦଶକ୍ରମେ ଗଞ୍ଜାମ ପୁଲିସ ଜିଲାରେ ଆରମ୍ଭ ହୋଇଛି ଅପେରସନ ଅନ୍ୱେଷଣ  । ଏହି ଅପେସନରେ ନିଖୋଜ ଶିଶୁ ଓ ମହିଳା ମାନଙ୍କୁ ଉଦ୍ଧାର କରାଯାଉଛି  । ଏହି ଅବସରରେ ପାଞ୍ଚ ଦିନରେ ଗଞ୍ଜାମ ପୁଲିସ ଜିଲାର ବିଭିନ୍ନ ଥାନା ପକ୍ଷରୁ ଏହି ଅନ୍ୱେଷଣ ଅପରେସନରେ ୧୧୫ ଜଣକୁ ଉଦ୍ଧାର କରାଯାଇଛି  । ୧୧୫ ଜଣଙ୍କ ମଧ୍ୟରେ ୨୯ ଜଣ ନାବାଳକ/ନାବାଳିକା ରହିଥିବା ବେଳେ ୮୬ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି  । ଉଦ୍ଧାର ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଏହି ଅପେରସନ ଅନ୍ୱେଷଣ ଏକ ସପ୍ତାହ ଚାଳିବ ବୋଲି ଗଞ୍ଜାମ ଏସପି ସୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି  । ପୋଲସରା ଥାନା ପକ୍ଷରୁ ସର୍ବାଧିକ ୧୭ ଜଣ ନିଖୋଜକୁ ଉଦ୍ଧାର କରାଯାଇଛି  । ପୁରୁଷୋତ୍ତମ ପୁଲିସ ପକ୍ଷରୁ ୧୨ଜଣକୁ, ଗାଙ୍ଗପୁର ଓ ହିଞ୍ଜିଳି ପୁଲିସ ପକ୍ଷରୁ ୧୦ଜଣକୁ, ଖଲ୍ଲିକୋଟ ପୁଲିସ୪, ଚମାଖଣ୍ଡି ୩, ଗଞ୍ଜାମ ୪, ଛତ୍ରପୁର ୧, ରମ୍ଭା ୪, କବିସୂର୍ଯ୍ୟନଗର ୪, କୋଦଳା ୨, ବେଗୁନିଆପଡା ୮,ଭଞ୍ଜନଗର ୮, ବେଲଗୁଣ୍ଠା ୩, ବୁଗୁଡା ୫, ଜଗନ୍ନାଥ ପ୍ରସାଦ୨, ତାରିସିଂ୩ , ଆସିକା ୨, ପାଟପୁର୫, ସୋରଡା ୨, ବଡଗଡ ୨, ବେଲଗାଁ ୨ ଓ ଧରାକୋଟ ଥାନା ପକ୍ଷରୁ ୨ ଜଣ ନିଖୋଜକୁ ଉଦ୍ଧାର କରାଯାଇଥିବା ଗଞ୍ଜାମ ଆରକ୍ଷୀ କାର୍ଯ୍ୟାଳୟରୁ ସୂଚନା ମିଳିଛି  ।