ଗଞ୍ଜେଇ ଜବତ୍, ୨ ଅଟକ 

  ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ ପୁଲିସକୁ ମିଳିଛି ବଡ ସଫଳତା । ଦୀର୍ଘ ଦିନ ପରେ ଗଞ୍ଜେଇ ଚଲାଣ ଖବର ପାଇ ଖଡିଆଳ ବଡଦୋହେଲ ଛକ ଠାରେ ଦୁଇ ଯୁବକ ବସ୍ ଅପେକ୍ଷା ଥିବାବେଳେ ତାଙ୍କ ଠାରେ ଗଞ୍ଜେଇ ଥିବା ସୂଚନା ପାଇବା ମାତ୍ରେ ପୁଲିସ ଦଳ ପହଞ୍ଚô ତାଙ୍କୁ କାବୁ କରିଥିଲେ । ସେଠାରୁ ୨୦ କେଜି ୪୯୫ ଗ୍ରାମ ଗଞ୍ଜେଇ ଜବତ୍ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହୋଇଥିବା ଜଣାପଡିଛି । ଦୁଇ ଅଭିଯୁକ୍ତ ଅଟକ ରହିି ଅଧିକ ତଦନ୍ତ ଜାରି ରହିଥିବା ଖଡିଆଳ ଥାନା କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଉପେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । ଏଥିରେ ଖଡିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ ମଧ୍ୟ ଉପସ୍ଥିତ ରହିଥିଲେ । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବାବେଳେ ଅନ୍ୟ ଜଣେ ଉତ୍ତରପ୍ରଦେଶର ବୋଲି ଜଣାପଡିଛି ।