ଗଡ୍ରାମୁଣ୍ଡା ବିଦ୍ୟାଳୟର ବାର୍ଷିକୋତ୍ସବ

ନୂଆପଡା: ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ଗଡ୍ରାମୁଣ୍ଡାର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ ଗୋଷ୍ଠି ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକ, ସମ୍ମାନିତଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ୱୟ ମୋତି ଲାଲ ବେହେରା ଓ ପରେଶ ପଣ୍ଡା, ସିଆରସିସି ମାଣିକ୍ୟ ଦେବୀ, କ୍ଲଷ୍ଟର ଅରୁଣ ନାଗ, ପରିଚାଳନା କମିଟି ସଭାପତି ରାମକୃଷ୍ଣ ନାଗ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନଶିକ୍ଷୟିତ୍ରୀ ସୁବାଶିନି ନାଏକ ବାର୍ଷିକ ରିପୋର୍ଟ ପଠନ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା । ପୂର୍ବତନ ଶିକ୍ଷୟତ୍ରୀ ବୀଣା ସିଂ ବାରିକ, ମିନାକ୍ଷୀ ବେହେରା ପ୍ରଭାସିନୀ ଲେଙ୍କା ମଧ୍ୟ ଉପସ୍ଥିତ ଥିଲେ । ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଭାବେ ବୀଣା ସିଂ ବାରିକ  ମିନାକ୍ଷୀ ବେହେରା  ପ୍ରଭାସିନୀ ଲେଙ୍କା ଉପସ୍ଥିତ ଥିଲେ । ଏହି ଉତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ପ୍ରେମାନନ୍ଦ ପାତ୍ର ଓ ପ୍ରତିମା ରାଣୀ ନନ୍ଦ ପରିଚାଳନା କରିଥିଲେ । ସସ୍ମିତା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।