ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା 

 ବେତନଟୀ : ବେତନଟୀ ବ୍ଲକ ଓଡିଶା ଜୀବିକା ମିଶନ ଏବଂ ମିଶନ ଶକ୍ତି ପକ୍ଷରୁ ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି  । ବେତନଟୀ ବ୍ଲକ ଓଡିଶା ଜୀବିକା ମିଶନ ସଂଯୋଜିକା ଡ଼. ସୁଶ୍ରୀ ମଧୁଛନ୍ଦା ବେହେରାଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ମିଶନଶକ୍ତି ବେତନଟୀ ବ୍ଲକ ସଂଯୋଜକ ରବୀନ୍ଦ୍ର କୁମାର ଚାନେ ସଂଯୋଜନା ଦାୟିତ୍ୱ ତୁଲାଇଥିଲେ  । ଏହି ଅବସରରେ ମୁଖ୍ୟଅତିଥି ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ସମେତ ବିଡ଼ିଓ ସୁଶାନ୍ତ କୁମାର ସୁତାର, ଏବିଡ଼ିଓ ଗଗନ ବିହାରୀ ବେହେରା, ୩୫ନଂ ଜୋନ ମଣ୍ଡଳ ସଭାପତି ଜୀବନ ପରିଡା, ୩୭ନଂ ଜୋନ ମଣ୍ଡଳ ସଭାପତି ଶାନ୍ତନୁ ପଣ୍ଡା, ୩୬ ନମ୍ବର ମଣ୍ଡଳ ସଭାପତି ରାଜୀବ ନନ୍ଦୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସୌମ୍ୟଶ୍ରୀ ଭୋଇ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମଦନ ସିଂ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରୁଦ୍ରନାରାୟଣ ସିଂହ ପ୍ରମୁଖ ଅତିଥି ଅଧିକାରୀଗଣ ମଞ୍ଚାସିନ ଥିଲେ  । ଏହି ଅବସରରେ ବେତନଟୀ ବ୍ଲକଅଧୀନ ବିଭିନ୍ନ ପଞ୍ଚାୟତରୁ ୨୦ଟି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ  । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ମହିଳାମାନେ ଓଡିଆ ସଂସ୍କୃତି ଏବଂ ପରମ୍ପରା ସହିତ ଜଡିତ ବିଭିନ୍ନ ପାରମ୍ପରିକ ପିଠାପଣା ଏବଂ ଖାଦ୍ୟପେୟ ପ୍ରସ୍ତୁତ କରିଥିଲେ  ।