ଗଣିଜାଙ୍ଗ ସେବା ସମବାୟ ସମିତିରେ ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ

 ବନ୍ତ: ବନ୍ତ ବ୍ଲକ ଗଣିଜାଙ୍ଗ ସେବା ସମବାୟ ସମିତି ପକ୍ଷରୁ ଆଜି ଖରିପ ବର୍ଷ ୨୦୨୪-୨୫ ପାଇଁ ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମିତିର ସମ୍ପାଦକ ମାନସ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ସମିତି ସଭାପତି ରଞ୍ଜନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ ଏସ କେ ଟୁଡୁ, ଡି ଡବ୍ଲୁ ଓ ଅଫିସିଆଲ ଆସିଷ୍ଟାଣ୍ଡ ଆୟାଶକାନ୍ତ ମାଝୀ, ଡିପିସି ପ୍ରକାଶ ମାନା,ସ୍ଥାନୀୟ ସରପଞ୍ଚ ରଶ୍ମିତା ସେଠୀ, ସମିତିସଭ୍ୟ ମନୋରଞ୍ଜନ ସେଠୀ, ତଥା ମିଲେଟ ମିଶନ ଫେସିଲିଟେଟିଙ୍ଗ ଏଜେଣ୍ଟ ଉପସ୍ଥିତ ରହି କିପରି ଏହି ସମିତିରେ ମାଣ୍ଡିଆ ସଠିକ ଭାବରେ ପ୍ରଦାନ କରିବେ ଏନେଇ ଆଲୋଚନା ହୋଇଥିଲା । ପ୍ରଥମେ ମାଣ୍ଡିଆ ମଣ୍ଡିର ପୂଜା କାର୍ଯ୍ୟ ପୂଜକ ସତ୍ୟବ୍ରତ ପଣ୍ଡା ତୁଲାଇଥିବା ବେଳେ ସମିତିର କର୍ମଚାରୀ ସନାତନ ବେହେରା, ଦୀପକ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଚାଷୀ ଉପସ୍ଥିତ ଥିଲେ ।