ଗଣ୍ଡିବେଡ ହାଇସ୍କୁଲର ହୀରକ ଜୟନ୍ତୀ ସମାରୋହ: ‘କଠିନ ପରିଶ୍ରମ ପିଲାଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥାଏ’

 ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ହାଇସ୍କୁଲରେ ଆୟୋଜିତ ହୀରକ ଜୟନ୍ତୀ ଉତ୍ସବ ସଭା, ସମ୍ବର୍ଦ୍ଧନା ସାଙ୍ଗକୁ ପାଇକ ଆଖଡା ଓ କଣ୍ଠଶିଳ୍ପୀ ଲିପ୍ସା ମହାପାତ୍ରଙ୍କ ସଙ୍ଗୀତର ତାଳେ ତାଳେ ଉଦ୍ୟାପିତ ହୋଇଯାଇଛି । ପୂର୍ବାହ୍ନରେ ପୁରାତନ ଛାତ୍ରୀଛାତ୍ରମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା ।  ଏହି ଅବସରରେ ପୁରାତନ ଛାତ୍ର ପରିଷଦ ଓ ହୀରକ ଜୟନ୍ତୀ କମିଟି ପକ୍ଷରୁ ସ୍ମରଣିକା ଅଭୁଲା ସ୍ମୃତି ଉନ୍ମୋଚିତ ହୋଇଥିଲା । ସନ୍ଧ୍ୟାରେ ଅରୁଣ କୁମାର ପାଢୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟଅତିଥି ଓ ବିଶିଷ୍ଟ ସ୍ତମ୍ଭକାର ନିରଞ୍ଜନ ପାଢୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କଠିନ ପରିଶ୍ରମ ପିଲାଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥାଏ ବୋଲି କହିଥିଲେ । ବିଶିଷ୍ଟ ଭାଜପା ନେତା ଠାକୁର ରଞ୍ଜିତ ଦାସ ସମ୍ମାନନୀୟ ଅତିଥି ତଥା ହୀରକ ଜୟନ୍ତୀ ଏବଂ ପୁରାତନ ଛାତ୍ର ପରିଷଦର କର୍ମକତ୍ତା ମଦନମୋହନ ମହଲା, ଡ ଅଭୟ କୁମାର ମହାନ୍ତି, ଇଂ ରାଜେଶ କୁମାର ମହାକୁଡ, ଅଭିମନୁ୍ୟ ରାଉଳ, ଦିବାକର ରାଉଳ, ମାନସ କୁମାର ରାଉଳ ଓ ମଧୁସୁଦନ ଜେନା, ପ୍ରଧାନଶିକ୍ଷକ ଯଦୁନାଥ ଶିଅଳ ପ୍ରମୁଖ ମଞ୍ଚାସୀନ ଥିଲେ । ଶେଷପର୍ବ ଭାବେ ଚର୍ଚ୍ଚିତ କଣ୍ଠଶିଳ୍ପୀ ଲିପ୍ସା ମହାପାତ୍ରଙ୍କ ମନଛୁଆଁ ସଙ୍ଗୀତ ଓ ଚଳଚ୍ଚିତ୍ର ଅଭିନେତା ଶୈଳେନ୍ଦ୍ରଙ୍କ ସଂଳାପ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ  ଚିନ୍ମୟୀ ପାଣିଗ୍ରାହୀ, ସସ୍ମିତା ସାହୁ, ଇତିଶ୍ରୀ ମିଶ୍ର, ରେବତୀ ନାୟକ, ସରୋଜ କୁମାର ମଲ୍ଲିକ, ଗୌତମ ବେହେରା, ତାପସ ରଞ୍ଜନ ଦାସ, ବିଜୟ କୁମାର ସେଠୀ, ଅନିରୁଦ୍ଧ ନାରାୟଣ ପଣ୍ଡା ଓ ନିଳାମ୍ବର ଗିରି, ଶିକ୍ଷା କର୍ମଚାରୀ ଲକ୍ଷ୍ମୀମଣୀ ଜେନା, ହେମନ୍ତ ସେନାପତି, ନିରଞ୍ଜନ ବେହେରା ଓ ମମତା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।