ଏକାଠି ହେଲେ ସାରା ରାଜ୍ୟର ହେଭିୱେଟ କଂଗ୍ରେସ ନେତା

 ଆନନ୍ଦପୁର : ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶଙ୍ଖଣା ବାସଭବନରେ ଅନୁଷ୍ଠିତ ହୋଇଛି । ସଂଗ୍ରାମ କେଶରୀ ଜେନା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସଭାପତିତ୍ୱରେ ଆୟୋଜିତ ଶ୍ରାଦ୍ଧ ବାର୍ଷିକୀକୁ ରାଜନୈତିକ ଲେନ୍ସରେ ଦେଖିଲେ କାର୍ଯ୍ୟକ୍ରମରେ ଶ୍ରାଦ୍ଧ ବାର୍ଷିକୀ କମ୍ ଏବଂ ରାଜନୀତି ଅଧିକା ଦେଖିବାକୁ ମିଳିଥିଲା । କାରଣ ସାରା ରାଜ୍ୟର ସବୁ ଟାଣୁଆ ଏବଂ ଅଭିଜ୍ଞ କଂଗ୍ରେସ ନେତା ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ. କାର୍ଯ୍ୟକ୍ରମ ରେ ଓଡିଶା ପ୍ରଭାରୀ ଅଜୟ ଲୁଲୁଙ୍କ ଠାରୁ ଆରମ୍ଭ କରି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ପ୍ରାକ୍ତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ଶରତ ରାଉତଙ୍କ ସମେତ ହେଭିୱେଟ ଏକାଠି ହୋଇ ରାଜ୍ୟ ତଥା କେନ୍ଦ୍ର ବିରୁଦ୍ଧରେ ଯୁଦ୍ଧଙ୍ଗଦେହି ଡାକରା ଦେଇଥିଲେ । ପିସିସି ସଭାପତି ଶ୍ରୀ ଦାସ ସିଧା ସଳଖ ବିଜେପି ସରକାରକୁ ତୀବ୍ର ସମାଲୋଚନା କରିବା ସହିତ ସ୍ୱର୍ଗତ ସଂଗ୍ରାମ ଜେନା କେବଳ କଂଗ୍ରେସର ସମ୍ପତି ନଥିଲେ ସେ ସାରା ରାଜ୍ୟର ସମ୍ପତି ଅଟନ୍ତି ବୋଲି କହିଥିଲେ । ସେହିପରି ଡବଲ ଇଂଜିନ ସରକାର ବିକାଶ କରିବା ନାଁରେ ରାଜ୍ୟରେ ବିନାଶ କରି ଚାଲିଛନ୍ତି ବୋଲି କାହିବା ସହିତ ଭୋଟ ଚୋରି କରି ଏମାନେ କ୍ଷମତାକୁ ଆସିଥିବା ନେଇ କହିଥିଲେ ।ଏନେଇ ଆଗାମୀ ସେପ୍ଟେମ୍ବର ୪ ତାରିଖ ଦିନ କଂଗ୍ରେସ ଇସିଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ସୂଚନା ଦେଇଥିଲେ । ରାଜ୍ୟ ପ୍ରଭାରୀ ଅଜୟ ଲୁଲୁ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସ ସର୍ବଦା ସବୁ ବର୍ଗକୁ ରାହୁଲ ଜିଙ୍କ ନେତୃତ୍ୱରେ ଏକାଠି ହୋଇ କାମ କରୁଛି । ଜନସାଧାରଣ ଆଗାମୀ ଦିନରେ କେବଳ କଂଗ୍ରେସ କୁ ବିକଳ୍ପ ବାଛିବେ ବୋଲି କହିଥିଲେ । କଂଗ୍ରେସ ନେତା ସୁରରାଉତ ରାୟ ଲୋକେ ବିଜେପି ଉପରେ ଆଶା ଭରସା ତୁଟାଇ ସାଇଲେଣି ଏଥର ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ସହିତ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ଏବଂ ରାଜ୍ୟରେ କଂଗ୍ରେସ ସରକାର ଗଢିିବ ବୋଲି ହୁଙ୍କାର ଦେଇଥିଲେ । ପ୍ରାକ୍ତନ ପିସିସି ସଭାପତି ଜୟଦେବ ଜେନା, କଂଗ୍ରେସ ନେତା ସୁରେଶ ରାଉତରାୟ, ବିଧାୟକ ରମେସ ଜେନା, ସୁଶୀଳା ତରିଆ, ଶରତ ରାଉତ, ଅନନ୍ତ ସେଠୀ  ସନ୍ତୋଷ ସିଂ ସାଲୁଜା, ସମୀର ରାଉତରାୟ, ମାନସ ଚୌଧୁରୀ, ଦେବାଶିଷ ପଟ୍ଟନାୟକ, ମିନାକ୍ଷୀ ବାହିନୀପତି, ପୃଥିବଲ୍ଲଭ ପଟ୍ଟନାୟକ, ଯଶୋବନ୍ତ ସିଂ ଲାଗୁରି, ୟାଶୀର ନାୱାଜ, ସରସ୍ୱତୀ ହେମରମ, ଦାଶରଥୀ ଗମାଙ୍ଗ, ନବଜ୍ୟୋତି ପଟ୍ଟନାୟକ, ଅସିତ ପଟ୍ଟନାୟକ, ଅମୀୟ ପାଣ୍ଡବ, ବିଜୟ ଲକ୍ଷ୍ମୀ ସାହୁ ଉପସ୍ଥତି ଥିଲେ ।