ଗାଁ ଦାଣ୍ଡରେ ଆଶାକର୍ମୀଙ୍କୁ ଅସଦାଚରଣ ; ବଞ୍ଚାଇବାକୁ ଯାଇ ଯୁବକ ଆକ୍ରମଣର ଶିକାର

ନୟାଗଡ : ଗାଁ ଦାଣ୍ଡରେ ଆଶା କର୍ମୀଙ୍କୁ ଅସଦାଚରଣ । ଗାଁ ଦାଣ୍ଡରେ ଆଶାକର୍ମୀଙ୍କୁ ଉଲଗ୍ନ କରି ଗାଲିଗୁଲଜ ସହ ଆକ୍ରମଣ ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଫତେଗଡ ଥାନା ପାର୍ବତୀପୁର ଗାଁରେ । ଆଶାକର୍ମୀଙ୍କୁ ବଞ୍ଚାଇବାକୁ ଯାଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଗାଁରେ ଝାଡାବାନ୍ତି ବ୍ୟାପୁଥିବାବେଳେ ଆଶାକର୍ମୀ ଟୁନି ମହାପାତ୍ର ଆଜି ସକାଳେ ଗାଁ ଲୋକଙ୍କୁ ଔଷଧ କରି ଫେରୁଥିଲେ । କିଛି ଅସାମାଜିକ ବ୍ୟକ୍ତି ଗାଁ ଦାଣ୍ଡରେ ଗାଳିଗୁଲଜ କରିଥିଲେ । ଏହାକୁ ବାରଣ କରିବାରୁ ସେମାନେ ତାଙ୍କୁ ଗାଁ ଦାଣ୍ଡରେ ତାଙ୍କୁ ଅସଦାଚରଣ କରିଥିଲେ । ସେପଟେ ଏହି ସମୟରେ ଗାଁର ମାୟାଧର ପ୍ରଧାନ ନାମକ ଜଣେ ବ୍ୟକ୍ତି ଆଶାକର୍ମୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବାରୁ ଦୁର୍ବୁତ୍ତମାନେ ତାଙ୍କୁ ମଧ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଆଶାକର୍ମୀ ଓ ଯୁବକଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବରପାଇ ଫତେଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।