ଗାଁ ବୁଲିଲେ ସ୍ୱାସ୍ଥ୍ୟକର୍ମୀ
ବରୀ : ଯାଜପୁର ଜିଲ୍ଲା ରେ ଝାଡାବାନ୍ତି ବ୍ୟାପିବା ରେ ଲାଗିଥିବା ବେଳେ ବରୀ ବ୍ଲକରେ ଡ଼ାଇରିଆ କେମିତି ନ ବ୍ୟାପିବ ଏହାକୁ ନେଇ ଜନ ସଚେତନତା ଆରମ୍ଭ ହେଉଛି । ବରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସବ୍ୟସାଚୀ ଦାସଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟକର୍ମୀ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହିତ ଡାଇରିଆ ଅଞ୍ଚଳରେ କେମିତି ନ ବ୍ୟାପିବ ସେଥିଲାଗି ଜନସଚେତନ ସହିତ ଓଆରଏସ୍, ହାଲେଜିନ ବଟିକା, ଜିଙ୍କ ବଟିକା ବଣ୍ଟନ କରୁଥିବା ଆରମ୍ଭ ହେଉଛି । କାର୍ଯ୍ୟକ୍ରମରେ ଆଶା, ଅଙ୍ଗନୱାର୍ଡ କର୍ମୀ ସାମିଲ ହେଉଛନ୍ତି ।