ପୋଷାକ ପାଇବାରୁ ବଞ୍ଚôତ ଛାତ୍ରଛାତ୍ରୀ

 ଚମ୍ପୁଆ : ସରକାରୀ ବିଦ୍ୟାଳୟ ଗୁଡିକର ଶିକ୍ଷାର ଉନ୍ନତି ତଥା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ମୁହାଁ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ବହୁ ବିଧି ଯୋଜନା ପ୍ରଣୟନ କରୁଛନ୍ତି । ଏପରିକି ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ, ଜୋତା, ବହି ଆଦି ପ୍ରଦାନ କରିଥାଆନ୍ତି । ମାତ୍ର ଚଳିତ ଶିକ୍ଷା ବର୍ଷ ୨୦୨୫-୨୬ରେ ଚମ୍ପୁଆ ବ୍ଲକ ଶିକ୍ଷା ବିଭାଗରେ ଦେଖିବାକୁ ମିଳିଛି ଏହାର ବିଳମ୍ବନା । ହଜାର ହଜାର ଛାତ୍ରଛାତ୍ରୀ ଆଜିପର୍ଯ୍ୟନ୍ତ ପୋଷାକ (ସ୍କୁଲ ୟୁନିଫର୍ମ) ପାଇପାରିନଥିବା ଜଣାଯାଇଛି । ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ପୋଷାକ ପ୍ରଦାନ କରିବାର ନିୟମ ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ସମାଧାନ ହୋଇପାରିଲା ନାହିଁ । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏପରି ଅବହେଳାକୁ ନେଇ ଅଭିଭାବକ ମହଲରେ ଅସୋନ୍ତଷ ବଢିବାରେ ଲାଗିଛି । ଫଳରେ ସାଧାରଣରେ ବୁଦ୍ଧିଯିିବି ମାନେ ଶିକ୍ଷା ବିଭାଗ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଆଙ୍ଗୁଳି ନିଦେ୍ର୍ଦଶ କରିଛନ୍ତି । ସୂଚନା ଅନୁସାରେ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନରେ ମୋଟ ୧୩ ଗୋଟି କ୍ଲଷ୍ଟର ରହିଥିବା ବେଳେ ୮୪ ଟି ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଆଦର୍ଶ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟକୁ ମିଶାଇ ୧୬୧ ଗୋଟି ବିଦ୍ୟାଳୟ ୧୩ ହଜାର ୧୮୧ ଜଣ ଛାତ୍ରଛାତ୍ରୀ ବର୍ତମାନ ସୁଧା ପୋଷାକ ପାଇବାରୁ ବଞ୍ଚିତ ଅଛନ୍ତି । ଅନେକ ଛାତ୍ରଛାତ୍ରୀଙ୍କର ଗତ ବର୍ଷର ପୋଷାକ ଚିରି ଫାଟି ଯାଇଥିବା ବେଳେ ଜେନେତେନେ ପ୍ରକାରଣ ବିଦ୍ୟାଳୟ ଶୃଙ୍ଖଳାକୁ ଆଖି ଆଗରେ ରଖି ଉକ୍ତ ପୁରୁଣା ପୋଷାକ ପରିଧାନ କରି ବିଦ୍ୟାଳୟ ଆସିବାକୁ ପଡୁଛି । ଏନେଇ ଚମ୍ପୁଆ ଅତିିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ନାଏକଙ୍କୁ ପଚାରିବାରୁ ପୋଷାକ ପାଇଁ ଟେଣ୍ଡର ଅନୁମୋଦନ ପାଇଁ ଯାଇଛି, ଏହାସହିତ ଉପରିସ୍ଥ ଅଧିକାରୀଙ୍କ ସହ ପୋଷାକକୁ ନେଇ ଆଲୋଚନା ବି ହୋଇସାରିଛି । ଖୁବ ଶୀଘ୍ର ଏହାର ସମାଧାନ ହେବ ବୋଲି ମତ ଦେଇଛନ୍ତି ।