ଗାଁ ରେ ହାତୀ, ସନ୍ଧ୍ୟା ହେଲେ ପଡୁଛି ତାତିକବାଟ : ନାହିରେ ତେଲ ଦେଇ ଶୋଇଛି ବନ ବିଭାଗ

ନରସିଂହପୁର : ନରସିଂହପୁର ବ୍ଲକ ଅନ୍ତର୍ଗତ ରଣସିଂହପୁର ପଞ୍ଚାୟତରେ ହାତୀପଲଙ୍କ ପାଦ୍ରୁଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଜଙ୍ଗଲ ଛାଡ଼ି ହାତୀ ପଲ ଏବେ ଗାଁ ମୁଁହା ହେବା ସହ ଘର ବାଡ଼ିରେ ପଶିଲାଣି ହାତୀ, ଉଜାଡୁଛି ଫସଲ ସଂଧ୍ୟା ହେଲେ ଭୟରେ ଘରେ ପଡ଼ି ଯାଇଛି ତାତିକବାଟ । ସୂଚନାରୁ ପ୍ରକାଶ ଯେ, ରଣସିଂହପୁର ପଞ୍ଚାୟତର ନୂଆ ପୁରୁଣା ରଣସିଂହପୁର ସହିତ ଜନ୍ତାରିଆ ଆଦି ଗ୍ରାମ ନିକଟ ଓ ଆମ୍ବ ବଗିଚା ରେ ପ୍ରାୟ ଏକ ମାସ ହେବ ୧ ରୁ ଅଧିକ ହାତୀ ଆସି ରହିବା ସହ ବିଭିନ୍ନ ସମୟରେ ଉତ୍ପାତ ସୃଷ୍ଟି କରୁଛନ୍ତି । ଜଙ୍ଗଲ ଛାଡ଼ି ବିଶେଷ କରି ଆମ୍ବ ପଣସ ଖାଇବା ପାଇଁ ନୂଆ ରଣସିଂହପୁର ଗ୍ରାମରେ କିଛି ଦିନ ହେଲାଣି ହାତୀପଲ ଆସି ମେଳି ବାନ୍ଧୁଛନ୍ତି । କେତେକ ଲୋକଙ୍କ ବାଡ଼ ଭାଙ୍ଗିବା ସହ ଆମ୍ବ, ପଣସ, କଦଳୀ ଗଛ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ନୂଆରଣସିଂହପୁର ଗ୍ରାମର ପରେଶ ଜେନାଙ୍କ ବାଡ଼ିରେ ହାତୀପଲ ପଶି ୧୦ ଟି ସିମେଣ୍ଟ ଖୁଣ୍ଟ ଭାଙ୍ଗିଥିବା ବେଳେ, ସୁରେଶ କର୍ମୀଙ୍କ ଆମ୍ବ ଗଛ, ଶୁଭେନ୍ଦୁ ନାୟକଙ୍କ ପଣସ ଗଛ ଭାଙ୍ଗିବା ଚନ୍ଦ୍ରମଣି ଜେନା, ସୋମନାଥ ବେହେରା, ପଞ୍ଚାନନ ନାୟକ, ମାଧବ ଗଡ଼ନାୟକ, ସଙ୍ଖାଳି ମହାଭୋଇ, ସଂଗ୍ରାମ ପରିଡା ଆଦି ଗ୍ରାମର ବିଭିନ୍ନ ଲୋକଙ୍କ ବାଡ଼ିରେ ପଶି ହାତୀ କ୍ଷୟ କ୍ଷତି ଘଟାଉଛି । ଏପରିକି ସଂଧ୍ୟା ପରେ ଲୋକେ ବାହାରକୁ ଯିବାକୁ ଭୟ କରୁଛନ୍ତି । ଜଙ୍ଗଲ ରେ ଖାଦ୍ୟ ଅଭାବରୁ ଗାଁ ମୁଁହା ହୋଇଛନ୍ତି ହାତୀପଲ । ବିଶେଷ କରି ବର୍ତ୍ତମାନ ଆମ୍ବ ପଣସ ଋତୁ ହୋଇଥିବାରୁ ଜଙ୍ଗଲ ଛାଡ଼ି ହାତୀପଲ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ନିକଟରେ ରହି ବିଭନ୍ନ କ୍ଷକ୍ଷୟତି ଘଟାଉଛନ୍ତି । ଏପରିକି ଗ୍ରାମରେ ଅଧା ଷ୍ଟ୍ରିଟ୍ ଲାଇଟ ଜଳୁ ନ ଥିବାରୁ ରାତିରେ ଯାତାୟାତ କରିବା ପାଇଁ ଭୟ କରୁଛନ୍ତି  ଗ୍ରାମବାସୀ । ହାତୀ ସମସ୍ୟାର ସମାଧାନ ପାଇଁ ଗ୍ରାମ ସଭାପତି ଗଦାଧର ଖିଲାର, ଙ୍କ ନେତୃତ୍ୱରେ ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସରପଞ୍ଚ ତ୍ରିଲୋଚନ ମହାଭୋଇ, ଗ୍ରାମ ସମ୍ପାଦକ ଦିଲ୍ଲୀପ ସାହୁ, ପଞ୍ଚାନନ ନାୟକ, ସନାତନ ବେହେରା, ରଘୁନାଥ ବଘାର, ଶ୍ରୀଧର ନାୟକ, ସନାତନ ଗୋଛାୟତଙ୍କ ସହିତ ନୂଆ ରଣସିଂହପୁର ଗ୍ରାମର ବ୍ୟାୟୋଜ୍ୟୋଷ୍ଠ ବ୍ୟକ୍ତି ଯୋଗଦେଇ ଆଲୋଚନା କରିବା ସହ ବନ ବିଭାଗ ପକ୍ଷରୁ ତୁରନ୍ତ ସମସ୍ୟାର ସମାଧାନ କରା ନଗଲେ ଗ୍ରାମବାସୀମାନେ ବନ ବିଭାଗ କାର୍ଯ୍ୟାଳୟ ଘେରିବେ ବୋଲି ସଭାପତି ଗଦାଧର ଖିଲାର ଚେତାବନୀ ଦେଇଛନ୍ତି । ଏନେଇ ପୂର୍ବ ବନ ବିଭାଗ ଅଧିକାରୀ ଅନୁପ ଫେସ୍ଙ୍କୁ ପଚାରବାରୁ ବନ ବିଭାଗ ପକ୍ଷରୁ ହାତୀକୁ ଘଉଡ଼ାଇବା ପାଇଁ ବ୍ୟବସ୍ଥା କରିବା ସହ ଆମେ ହାତୀ କୁ ଜଗି ରହୁଛି ବୋଲି କହିଛନ୍ତି । ଭୟଭୀତ ନହେବା ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିଛନ୍ତି ।