ଗାଡ଼କଣ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ବୋମା ବିସ୍ଫୋରଣ 

ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଘିଛି ଆତଙ୍କ । ଭୁବନେଶ୍ୱରରେ ପୁଣି ଏକ ବୋମା ମାଡ଼ । ଆଜି ସକାଳ ସମୟରେ ଗାଡ଼କଣ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ମେନ ଗେଟ ଆଗରେ ଦୃର୍ବୃତ୍ତମାନେ ବୋମା ମାଡ଼ କରିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟର ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଛି ବୋମା । ବୋମା ବିସ୍ଫୋରଣ ଫଳରେ ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ ଥରଉଠିଥିଲା । ବୋମା ବିସ୍ଫୋରଣ ସମୟରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ମଞ୍ଚେଶ୍ୱର ପୁଲିସ ସୂଚନା ଦେଇଛି ।

   ଆଜି ସକାଳ ୮ ସମୟରେ ଗାଡ଼କଣ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଲା ବୋମା । ଦୃର୍ବୃତ୍ତ ମାନେ ଅନ୍ୟ ଆଡ଼ ନେଇ ଯାଉଥିବା ବେଳେ ଘଟିଛି ଅଘଟଣ । ଘଟଣା ସ୍ଥଳରେ ମଞ୍ଚେଶ୍ୱର ପୁଲିସର ଛନଭିନ କରୁଛି । କିଛି ବଡ ଅପରାଧ ପାଇଁ ବିସ୍ଫୋରକ ନେଇ ଯାଉଥିବା ଅନୁମାନ କରିଛି ପୁଲିସ । କିଏ କେଉଁଠାକୁ ଆଉ କେଉଁ ଆଡେ ବୋମା ନେଉଥିଲେ ତାର ତନାଘନା କରାଯାଉଛି । ସ୍ଥାନୀୟ ଅଞ୍ଚଳର ଲାଗିଥିବା ଏକାଧିକ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୁଲିସ ।