‘ଗାନ୍ଧି ବ୍ୟକ୍ତି ନୁହଁନ୍ତି ଏକ ବିଚାରଧାରା’
ପୁରୀ: ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ତିଥିରେ ଭଗବତୀ ବିଦ୍ୟାନିକେତନ ପକ୍ଷରୁ ଏକ ଶାନ୍ତି ପଦଯାତ୍ରା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ସମ୍ପାଦକ ମହେନ୍ଦ୍ର ବିଶୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ତମ୍ଭକାର ଗୌରାଙ୍ଗ ଚରଣ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁ ସାହିତି୍ୟକ ବୀରେନ୍ଦ୍ର ମହାନ୍ତି, ରମେଶ ଚନ୍ଦ୍ର ଦାସ, ପ୍ରଧାନଶିକ୍ଷୟିତ୍ରୀ କ୍ରିଷ୍ଣା ଦେଇ, ସହସମ୍ପାଦକ ଲକ୍ଷ୍ମୀକ୍ଷର ମାଝୀ, ଡ. ପ୍ରଫୁଲ୍ଲ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠିତ ଗାନ୍ଧୀ ଦର୍ଶନ ଉପରେ ଆଲୋଚନାଚକ୍ରରେ ଉଦ୍ବୋଧନ ଦେଇ ମୁଖ୍ୟଅତିଥି ଶ୍ରୀ ପରିଡ଼ା ଗାନ୍ଧୀଜୀଙ୍କ ସତ୍ୟ, ଶାନ୍ତି, ଅହିଂସା, ସଦାଚାର ଉପରେ ପିଲାମାନଙ୍କ ସହିତ ଆଲୋଚନା କରିଥିଲେ । ନିଜର ଆତ୍ମବିଶ୍ୱାସ ଏବଂ ନିର୍ଭିକତାହିଁ ସଫଳତା ଆଣିଥାଏ ବୋଲି ମତଦେଇ ଶ୍ରୀ ପରିଡ଼ା ଦୃଢ ମନା ଓ ଆତ୍ମବିଶ୍ୱାସୀ ହେବାକୁ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ସହ ସମ୍ପାଦକ ଲକ୍ଷ୍ମୀଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଜଗତସିଂହପୁର,୩୧ା୧: ସତ୍ୟ ଓ ଅହିଁସା ଥିଲା ଗାନ୍ଧୀ ଦର୍ଶନର ମୂଳମନ୍ତ୍ର । ଏହାକୁ ପାଥେୟ କରି ଯେକୌଣସି ସମସ୍ୟାର ସମାଧାନ କରାଯାଇ ପାରେ ବୋଲି ସ୍ଥାନୀୟ ସଅଁରା ସ୍ଥିତ ସରକାରୀ ହାଇସ୍କୁଲରେ ଆୟୋଜିତ ମହାତ୍ମା ଗାନ୍ଧୀଙ୍କ ୭୭ତମ ତିରୋଧାନ ଦିବସରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପ୍ରଧାନଶିକ୍ଷୟିତ୍ରୀ ମହାମାୟା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ତମ୍ଭକାର ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ସମକାଳୀନ ବିଶ୍ୱରେ ବିରଳ ଥିଲା ବୋଲି କହିବା ସହ ଏବେବି ଗାନ୍ଧୀ ବିଚାରର ପ୍ରାସଙ୍ଗିକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଆଲୋଚିକା ପୁଷ୍ପଞ୍ଜଳି ମହାରଣା, ଶିକ୍ଷକ ଟୁଟୁ, ଶିକ୍ଷୟିତ୍ରୀ ପ୍ରଜ୍ଞାପ୍ରିୟଦର୍ଶିନୀ, ଜୟନ୍ତୀପ୍ରଭା ଦାସ, ଲକ୍ଷ୍ମୀପ୍ରିୟା ସ୍ୱାଇଁ ଓ ଶିକ୍ଷକ ବାବୁଲି ସ୍ୱାଇଁ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ପ୍ରଭାତ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ବାଲିଅନ୍ତା,୩୧ା୧: ଗାନ୍ଧୀ ପଦଯାତ୍ରା କମିଟି ପକ୍ଷରୁ ମହାତତ୍ମାଗାନ୍ଧୀଙ୍କ ୭୭ତମ ତିରୋଧାନ ଦିବସ ବାଳକ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ଆଇନଜୀବୀ ମନୋଜ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମହାତ୍ମାଗାନ୍ଧୀ, ଉକôଳମଣି ଗୋପବନ୍ଧୁ ଦାସ, ଶିକ୍ଷାବିତ ପଣ୍ଡିତ ଗୋପୀନାଥ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେଇଥିଲେ । ପ୍ରଧାନଶିକ୍ଷକ ଦୁଃଶାସନ ରାଉତ, କମିଟି ଟ୍ରଷ୍ଟି ବେଣୁଧର ଭୋଇ, ଗିରିଧାରୀ ସାହୁ, ସୁଜିତ ବେହେରା, ପାର୍ଥସାରଥୀ ସେଠି, ଲକ୍ଷ୍ମୀଧର ମହାରଣା, ରବିନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ଜୀବନୀ ଓ ଗୁଣାବଳୀ ଉପରେ ଆଲୋଚନା କରିଥିଲେ ।