ଗାୟତ୍ରୀ ପରିବାର ଜିଲ୍ଲା ସମନ୍ୱୟ ସମିତି ବୈଠକ

ନୂଆପଡା : ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଖଡ଼ିଆଳ ଉପଜୋନ ପ୍ରଭାରୀ କେତନ ସିଂ ବାରିକଙ୍କ ସଭାପତିତ୍ୱରେ ଗାୟତ୍ରୀ ପରିବାରର ନୂଆପଡ଼ା ଜିଲ୍ଲାସ୍ତରୀୟ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିବାରର ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ଏଥିସହ ଜିଲ୍ଲା ସମିତି ପୁନର୍ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ମେହେର, ଉପସଭାପତି ସୁମେଶ ଦେବାଙ୍ଗନ, କାର୍ଯ୍ୟାଳୟ ପ୍ରଭାରୀ ତାର୍ଜନ ମେହେର, କୋଷପ୍ରଭାରୀ ହେମରାଜ ସାହୁ, ଯୁବପ୍ରଭାରୀ ବ୍ୟାସ ନାରାୟଣ ଅହିର, ସଂସ୍କୃତି ଜ୍ଞାନ ପ୍ରଭାରୀ ଅତୁଳ ସୂପକାର, ନାରୀ ଜାଗରଣ ପ୍ରଭାରୀ ଜୟନ୍ତୀ ଆଚାର୍ଯ୍ୟ, ସୂଚନା ପ୍ରଭାରୀ ଅମରୀଶ ବନ୍ଦିଛୋର, ଆଓ ଗଢେ ସଂସ୍କାରବାନ୍ ପିଢ଼ି ପ୍ରମୁଖ ମମତା ମଞ୍ଜରୀ ଥପା, କାର୍ଯ୍ୟକ୍ରମ ପ୍ରଭାରୀ ଦେବେନ୍ଦ୍ର ହେର୍ନା ଓ ସଂଗଠନ ପ୍ରଭାରୀ ଭାବେ ଜୟରାମ ଶବରଙ୍କୁ ମନୋନୀତ କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜୋନ ସହପ୍ରଭାରୀ ଅର୍ଜୁନ ବାଗ, ରାଜ୍ୟ ଯୁବ ସହପ୍ରଭାରୀ ଶୈଳେଶ ଅଗ୍ରୱାଲଙ୍କ ସମେତ ହୋମଲାଲ ପଟେଲ, ତରଣୀ ଦଣ୍ଡସେନା, ସେବାରାମ ସାହୁ, ଦେବାଶିଷ ଯୋଷୀ, ରାଧେ ପ୍ରକାଶ ପଟେଲ, ତୁଳାରାମ ଶବର, ଶ୍ରୀକାନ୍ତ ମେହେର, ପପୁରାମ ଅଗ୍ରୱାଲ, ଦୀପାଞ୍ଜଳି ଶବର, କେଶବ ମେହେର, ପଦ୍ମଲୋଚନ ସାହୁ, କଲ୍ୟାଣୀ ଗଉଡ଼, ବସନ୍ତ ଶବର ପ୍ରମୁଖ ଯୋଗ ଦେଇଥିଲେ ।