ଛାତରୁ ଡେଇଁ ଛାତ୍ର ମୃତୁ୍ୟ ମାମଲା ୩ଦିନରେ ୨୦ଜଣଙ୍କୁ ଜେରା
ଚମ୍ପୁଆ: ଚମ୍ପୁଆ କେରଳା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ହଷ୍ଟେଲ ଛାତରୁ ଡେଇଁ ଛାତ୍ର ମୃତୁ୍ୟ ଘଟଣାକୁ ନେଇ ପୁଲିସ ପକ୍ଷରୁ ଜେରା ଆରମ୍ଭ କରାଯାଇଛି । ୩ ଦିନ ମଧ୍ୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ୨୦ଜଣଙ୍କୁ ଜେରା କରାଯାଇଥିବା ବେଳେ ସମସ୍ତ ଦିଗକୁ ଦୃଷ୍ଟି ଦେଇ ତଦନ୍ତ ହେଉଥ୍ôିବା ଚମ୍ପୁଆ ଥାନାଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି । ଘଟଣାର ଦିତୀୟ ଦିନରେ ଚମ୍ପୁଆ ଏସଡିପିଓ ରସ୍ମିରଂଜନ ସାହୁ ଓ ଆଇଆଇସି ରମାକାନ୍ତ ମୁଦୁଲି ଘଟଣା ସ୍ଥଳରେ ପହଁଚି ବିଭିନ୍ନ ଦିଗରୁ ଯାଞ୍ଚ ଆରମ୍ଭ କରିବା ସହିତ ସିସିଟିଭି ଯାଂଚ ଏବଂ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଘଟଣା ବିଷୟରେ ପଚରା ଉଚରା କରିଥିଲେ । ଘଟଣା ଅନୁସାରେ ଚମ୍ପୁଆ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଚାରି ମହଲା ହଷ୍ଟେଲ ଛାତରୁ ଡେଇଁ ଦଶମ ଶ୍ରେଣୀର ଛାତ୍ର କ୍ରିଷ୍ଣା ପ୍ରଧାନ ମୃତୁ୍ୟବରଣ କରିଥିବା ଅଭିଯୋଗ ହୋଇଥିଲା ବେଳେ ପରିବାର ପକ୍ଷରୁ ଛାତ୍ରକୁ ମାଡମରା ଯାଇ ନିର୍ଯ୍ୟାତନା ଅଭିଯୋଗ କାରାଯାଇଥିଲା ।ଏହି ଛାତ୍ର ମୃତୂ୍ୟକୁ ନେଇ ୧୦ ଘଂଟା ଧରି ବିଦ୍ୟାଳୟ ଓ ଡାକ୍ତରଖାନାରେ ଉତେଜନା ଦେଖିବାକୁ ମିଳିଥିଲା । ତଦନ୍ତକୁ ନିରପେକ୍ଷ ଓ ତ୍ୱରାନ୍ୱିତ କରାଯାଇଛି ବୋଲି ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି ।