ଗୁଣ୍ଡିଚା ଘର ବ୍ୟବସାୟୀ ସଂଘ ପକ୍ଷରୁ ଦୀପଦାନ

 ପୁରୀ  :  ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଲୋମହର୍ଷକ ବର୍ବର ଆକ୍ରମଣ ସାରା ଦେଶରେ ସୃଷ୍ଟି କରିଛି ତୀବ୍ର ପ୍ରତିକ୍ରିୟା । ଏହି ଆକ୍ରମଣକୁ ସବୁ ମହଲରେ ନିନ୍ଦା କରାଯିବା ସହ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିବା ନିରିହ ନିଦେ୍ର୍ଦାଷ ପର୍ଯ୍ୟଟକମାନଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଗୁଣ୍ଡିଚା ଘର ବ୍ୟବସାୟୀ ସଂଘ ପକ୍ଷରୁ ଗଳିମାଡ଼ରେ ପ୍ରାଣ ହରାଇଥିବା ପର୍ଯ୍ୟଟକମାନଙ୍କୁ ସ୍ମୃତିରେ ଦୀପଦାନ କରାଯାଇଛି । ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟସାମେ ଦୀପଦାନ ପୂର୍ବକ ମୃତକମାନଙ୍କ ସ୍ମୃତିପ୍ରତି ଅଶ୍ରୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପାକିସ୍ତାନୀ ଆତଙ୍କବାଦୀଙ୍କ ବର୍ବରତାକୁ ନିନ୍ଦା କରିଥିଲେ ।