ଗୁରୁ ବ୍ରଦର୍ସଙ୍କ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ରାଜକନିକା: ରାଜକନିକା ବ୍ଲକ୍ ଡାଳିକାଏନ୍ଦା ଗ୍ରାମର ସମାଜସେବୀ କନିକା ଭାସ୍କର ଡ. ହୟଗ୍ରୀବ ଗୁରୁଙ୍କ ଗୁରୁ ବ୍ରଦର୍ସ ପକ୍ଷରୁ ଗ୍ରାମର ଶତାଧିକ ବୃଦ୍ଧ ବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ସାମାଜିକ କର୍ମୀ କୈଳାସ ଚନ୍ଦ୍ର ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁରୁ ବ୍ରଦର୍ସଙ୍କ ପକ୍ଷରୁ ଅନିଲ ଗୁରୁ ଓ ମମତା ଗୁରୁ ବୃଦ୍ଧ ବୃଦ୍ଧାଙ୍କୁ ଶୀତବସ୍ତ୍ର ପ୍ରଦାନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । କାର୍ଯ୍ୟକ୍ରମକୁ ଅଜିତ ଗୁରୁଙ୍କ ସମେତ କ୍ଲବ୍ର ସମସ୍ତ ସଭ୍ୟ ପରିଚାଳନା କରିଥିଲେ ।