ଗୋଚର ଜମିରେ ଘର ନିର୍ମାଣ
କେନ୍ଦ୍ରାପଡା : ତହସିଲ ଅନ୍ତର୍ଗତ ଭରତପୁର ପଂଚାୟତ ଖଣ୍ଡିଆବନ୍ଧି ଗ୍ରାମରେ ଥିବା ସରକାରୀ ଗୋଚର ଜମିରୁ ସେଠାକାର ଜଣେ ବ୍ୟକ୍ତି ବଡବଡ ଗଛ କାଟି ବିକିବା ସହିତ ଗୋଚର ଜମି ଉପରେ ଗୃହ ନିର୍ମାଣ କରୁଥିବା ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଭରତପୁର ପଂଚାୟାତ ୱାର୍ଡ ନଂ-୭, ଶ୍ୟାମସୁନ୍ଦରପୁର ପଂଚାୟତ ୱାର୍ଡ ନଂ-୧୬ର ବାସିନ୍ଦା ସେଠାରେ ଥିବା ଗୋଚର ଜମି ଉପରେ ବିଜୟ କେତନ ସେଠୀ ନାମକ ଜଣେ ବ୍ୟକ୍ତି ଜୋର ଜବରଦସ୍ତ ଘର ନିର୍ମାଣ କରୁଥିବାର ଏହାକୁ ବନ୍ଦ କରିବା ପାଇଁ ଗ୍ରାମର ସୁରେଶ ନାୟକ, ରବିନ୍ଦ୍ର ମଲୀକ, କେଶବ ସ୍ୱାଇଁ, ରଶ୍ମି ରଞ୍ଜନନ ସାମଲ ପ୍ରମୁଖ ତହସିଲଦାର ତାପସ ରଂଜନ ଦେହୁରୀଙ୍କୁ ଅଭିଯୋଗ କରି ତୁରନ୍ତ ଗୋଚର ଜମିରେ ଗୃହ ନିର୍ମାଣ ବନ୍ଦ କରିବାକୁ ଦାବି କରିଛନ୍ତି ।