ସ୍କୁଲ ରାସ୍ତା ଅବରୋଧ ଉଚ୍ଛେଦ : ଧାରଣାରୁ ଉଠିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ରାଜକନିକା :  ରାଜକନିକା ଶିକ୍ଷା ମଣ୍ଡଳ ଅଧିନସ୍ତ ରାଉତବର୍ତନି ପ୍ରାଥମିକ ବିଦ୍ୟାଳୟର ରାସ୍ତକୁ ସେହିହି ଗାଁର ଜଣେ ବ୍ୟକ୍ତି ଅବରୋଧ କରିଥିବାରୁ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନେ ନିଜ ଗାଁ ଦାଣ୍ଡରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଦେଇଥିଲେ । ରାଜକନିକା ବ୍ଲକ ରାଉତବର୍ତନି ସରକାରୀ ପ୍ରାଥମିକ ସ୍କୁଲ ମୁଖ୍ୟ ରାସ୍ତାକୁ ରାଉତବର୍ତନି ଗାଁର ସୁକାନ୍ତ ସାହୁ ନାମକ ଜଣେ ବ୍ୟକ୍ତି ଅବରୋଧ କରି ରାସ୍ତା କାମ କରାଇ ଦେଉ ନଥିବାରୁ ଗାତ ସେପ୍ଟେମ୍ବର ୧୫ ରିଖରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କନିକା ତହସିଲ କାର୍ଯାଳୟ ଆଗରେ ଧାରଣା ଦେଇଥିଲେ । କିନ୍ତୁ କନିକା ତହସିଲଦାର ଭାନୁମତୀ ମାଝୀଙ୍କ ପ୍ରତିଶ୍ରୁତି ପରେ ଧାରଣା ରୁ ଉଠିଥିଲେ । ତାପର ଦିନ କନିକା ତହସିଲ ପକ୍ଷରୁ କେବଳ ମାପ କରି ସୀମା ନିର୍ଦ୍ଧାରଣ କରିଥିଲେ ହେଲେ କୌଣସି ସୁଫଳ ମିଳି ନଥିଲା । ତେବେ ଦୀର୍ଘ ୯ଦିନ ପରେ ବାଧ୍ୟ ହୋଇ ରାଉତ ବର୍ତନି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମର ସମସ୍ତ ମହିଳା ପୁରୁଷ ମିଶି ରାଉତବର୍ତନି ଗାଁ ରାସ୍ତାକୁ ଅବରୋଧ କରି ଧାରଣା ଦେଇଥିଲେ । ତେବେ କନିକା ତହସିଲଦାରଙ୍କ ନିଦେ୍ର୍ଦ ରେ କନିକାର ଅତିରିକ୍ତ ତହସିଲାଦାର ଦେବଲାଭ ସେଠୀ ଓ ରାଜକନିକା ଥାନା ଅଧିକରୀ ସଞ୍ଜୟ ମଲିକ ଧାରଣା ସ୍ଥଳେ ପହଞ୍ଚି ନିଜ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ ହେବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣା ପ୍ରତ୍ୟାହୃତ କରିଛନ୍ତି । ତେବେ କନିକା ତହସିଲ ପ୍ରଶାସନ ଏଭଳି କାର୍ଯ୍ୟକୁ ନେଇ ରାଉତବର୍ତନି ଗାଁର ସୁରଜିତ ବେହୁରା, ରୀନାରାଣୀ ସାହୁ, ଚଞ୍ଚଳା ସାହୁ, ଉମାରାଣୀ ସାହୁ, ଶଙ୍କରର୍ଷଣ ବାରିକ, ଅଜୟ ଦାସ, ଗୁରୁଚରଣ ଦାସ, ବିଶ୍ୱନାଥ ସାହୁ, ଧନେଶ୍ୱର ଦାସ, ସାମାଜିକ କର୍ମୀ ନଳିନ ପୃଷ୍ଟି ଓ ରାଜକନିକା ବ୍ଲକ ବିଜେଡି ଯୁବ ସଂଗଠକ ପବିତ୍ର ରାଉତ, ତୈଲୋକପୁର ସରପଞ୍ଚ ଜୋଶ୍ନାରାଣୀ ନାୟକ ଓ ସମିତି ସଭ୍ୟା ଦାମୋଦର ସ୍ୱାଇଁ ପ୍ରମୁଖ ଉପସ୍ଥତ ଥିଲେ ।