ଗୋଦାମଘର ନିର୍ମାଣ ସ୍ଥାନ ନିରୂପଣକୁ ନେଇ ଆପତ୍ତି
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର ନାଆମୀ ପ୍ରାଥମିକ କୃଷି ସମବାୟ ସମିତିର ପ୍ରସ୍ତାବିତ ନୂତନ ଗୋଦାମ ଘର ସ୍ଥାନ ନିରୂପଣକୁ ନେଇ ଆପତ୍ତି ଅଭିଯୋଗ ହୋଇଛି । ସମିତିର ଗୋଦମ ଘର ନିର୍ମାଣ ପାଇଁ ସମିତି ନିକଟରେ ସରକାରୀ ଜମି ରହିଛି । ମାତ୍ର ସମିତି ଠାରୁ ଯଥେଷ୍ଟ ଦୂରରେ ଅଙ୍କାବଙ୍କା ରାସ୍ତା ପାଶ୍ୱର୍ରେ ଏଥିପାଇଁ ଜମି ଚିହ୍ନଟ କରାଯାଇଛି । ମଞ୍ଜୁରୀରୋଡ ରାଜସ୍ୱ ନିରୀକ୍ଷକ ନାଆମୀ ଗ୍ରାମର ଖାତା ନଂ ୮୦୯ ଓ ପ୍ଲଟ ନଂ ୩୧୧୧ ଜମିରେ ନିର୍ମାଣ ପାଇଁ ସୁପାରିଶ କରିଛନ୍ତି । ଏହି ଜମି ଗୋଦାମ ଘର ପାଇଁ ଅନୁପଯୋଗୀ ଅଟେ । ଚିହ୍ନଟ ଜମିକୁ ପରିବର୍ତ୍ତନ କରି ସମିତି ସଂଲଗ୍ନ ଜମିକୁ ଗ୍ରହଣ କରାଯିବା ପାଇଁ ଆଶିଷ ରଞ୍ଜନ ପତି, କୃଷ୍ଣଚନ୍ଦ୍ର ମୁଖି, ଅଭିମନୁ୍ୟ ଯେନା, ରନôାକର ପାଢୀ, ଶ୍ୟାମସୁନ୍ଦର ପଣ୍ଡା ପ୍ରମୁଖ ସମିତିର ଶତାଧିକ ପଞ୍ଜିକୃତ ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଆପତ୍ତି ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଏହି ଆପତ୍ତିକୁ ଅନୁଧ୍ୟାନ କରିବାକୁ ସ୍ଥାନୀୟ ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି ।